ଚୀନରେ କାଶ୍ମୀର ପ୍ରସଙ୍ଗ ଉଠାଇଲା ପାକିସ୍ତାନ

1 min read

ନୂଆଦିଲ୍ଲୀ: ଜିନପିଙ୍ଗ-ଇମ୍ରାନ ବୈଠକର ଉଠିଲା କାଶ୍ମୀର ପ୍ରସଙ୍ଗ । ଦ୍ୱିପାକ୍ଷିକ ବୈଠକରେ କାଶ୍ମୀର ପ୍ରସଙ୍ଗରେ ଆଲୋଚନା ପରେ ଉଭୟ ଦେଶ ପକ୍ଷରୁ ମିଳିତ ବିବୃତ୍ତି ପ୍ରକାଶ ପାଇଛି । କଶ୍ମୀରକୁ ନେଇ ପାକିସ୍ତାନ ପ୍ରକଟ କରିଥିବା ଚିନ୍ତା, ସ୍ଥିତାବସ୍ଥା ଓ ଆଭିମୁଖ୍ୟ ଆଦି ବିଷୟରେ ଆଲୋଚନା ପରେ କାଶ୍ମୀର ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ହେବା ଆବଶ୍ୟକ ବୋଲି ଚୀନ୍ କହିଛି । ସ୍ଥିତିକୁ ଆହୁରି ଜଟିଳ କରିବା ଭଳି ଯେକୌଣସି ଏକତରଫା କାର୍ଯ୍ୟାନୁଷ୍ଠାନକୁ ଚୀନ୍ ବିରୋଧ କରିବ ବୋଲି ଜିନପିଙ୍ଗ କହିଛନ୍ତି ।

ଏ ନେଇ ଭାରତ ପକ୍ଷରୁ କୌଣସି ବିଧିବଦ୍ଧ ବିବୃତ୍ତି ରଖାଯାଇ ନଥିଲେ ବି ଜମ୍ମୁ-କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଉଭୟ ପାକିସ୍ତାନ ଓ ଚୀନ୍ ଏହାକୁ ମନେରଖିବା ଦରକାର ବୋଲି ସରକାରୀ ସୂତ୍ରରେ କୁହାଯାଇଛି । ଅନ୍ୟପଟେ ପାକିସ୍ତାନ ଓ ଚୀନ୍‌ ମଧ୍ୟରେ ସମ୍ପର୍କ ଆହୁରି ସୁଦୃଢ଼ ହୋଇଛି । ୬୦ ବିଲିୟନ ଆମେରିକୀୟ ଡଲାରର CPEC ବିନିଯୋଗ କାର୍ଯ୍ୟକ୍ରମ ଅଧୀନରେ ପାକିସ୍ତାନକୁ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛି ଚୀନ୍ ।

Leave a Reply