spot_img

Latest Posts

ବ୍ରୋଞ୍ଜ ପଦକ ଜିତିବା ପରେ ଭାରତୀୟ ହକି ଦଳକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଏବଂ ଦିଲୀପ ତିର୍କି

ଭୁବନେଶ୍ୱର: ଅଲମ୍ପିକ୍‌ରେ ଇତିହାସ ରଚିଲା ଭାରତ। ଟିମ୍ ଇଣ୍ଡିଆ ୪୧ ବର୍ଷ ପରେ ଅଲିମ୍ପିକ୍ସରେ ଦେଶ ପାଇଁ ପଦକ ଆଣିଛି। ବ୍ରୋଞ୍ଜ ପଦକ ମ୍ୟାଚ୍‌ରେ ୫-୪ ଗୋଲରେ ଜର୍ମାନୀକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଏମିତି ଏକ ସମୟ ଆସିଥିଲା ଯେତେବେଳେ ଭାରତ ୩-୧ ଗୋଲରେ ପଛରେ ଥିଲା। କିନ୍ତୁ ଏହା ପରେ ଭାରତୀୟ ଟିମ୍‌ ପଦକ ଜିତିବା ଟ୍ରାକ୍‌କୁ ପୁଣି ଫେରିଥିଲା। ଜବରଦସ୍ତ ଗେମ୍‌ ପ୍ଲାନ୍‌ରେ ଅଲମ୍ପିକ୍‌ ସ୍ୱର୍ଣ୍ଣ ବିଜେତାକୁ ପରାସ୍ତ କରିଛି। ଏହା ପରେ ସୋସିଆଲ ମିଡିଆରେ ଟିମ୍‌ ଇଣ୍ଡିଆ ପାଇଁ ଅଭିନନ୍ଦନ ବାର୍ତ୍ତା ଆସିବାରେ ଲାଗିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ଟିମ୍ ଇଣ୍ଡିଆକୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି  ତିହାସିକ ଲେଖିଛନ୍ତି! ଏହା ହେଉଛି ଏମିତି ଏକ ଦିନ ଯାହା ପ୍ରତ୍ୟେକ ଭାରତୀୟଙ୍କ ସ୍ମୃତିରେ ଲିପିବଦ୍ଧ ରହିବ।  ବ୍ରୋଞ୍ଜ ପଦକ ଜିତିବା ପାଇଁ ଆମ ପୁରୁଷ ହକି ଦଳକୁ ଅଭିନନ୍ଦନ। ଏହି ସଫଳତା ସହିତ ସେ ସମଗ୍ର ଦେଶର ବିଶେଷ କରି ଆମର ଯୁବକମାନଙ୍କ ଆଶା ପୂରଣ କରିଛନ୍ତି। ଏଭଳି ହକି ଦଳ ପାଇଁ ଭାରତ ଆଜି ଗର୍ବିତ ବୋଲି ପ୍ରଧାନମନ୍ତ୍ରୀ ଟ୍ୱିଟ୍‌ କରିଛି ଜଣାଇଛନ୍ତି।

ସେପଟେ ପୂର୍ବତନ ହକି ଖେଳାଳି ତଥା ସାଂସଦ ଦିଲୀପ ତିର୍କି ଏହାକୁ ଏକ ଐତିହାସିକ ବିଜୟ ବୋଲି କହିଛନ୍ତି। ତିର୍କି ଟ୍ୱିଟ୍ କରି ଐତିହାସିକ ବିଜୟ କହିଛନ୍ତି! ଭାରତୀୟମାନଙ୍କ ପାଇଁ ବହୁଦିନର ସ୍ୱପ୍ନ ସାକାର ହୋଇଛି। ଟୋକିଓ ଅଲିମ୍ପିକ୍ସରେ ଜର୍ମାନୀକୁ ପରାସ୍ତ କରି ବ୍ରୋଞ୍ଜ ପଦକ ଜିତିଥିବାରୁ ଭାରତୀୟ ପୁରୁଷ ହକି ଦଳକୁ ଅଭିନନ୍ଦନ ବୋଲ ଦିଲୀପ କହିଛନ୍ତି ।

Latest Posts

Don't Miss