spot_img

Latest Posts

ଆମେରିକା ଯାଇପାରିବେ କୋଭାକ୍ସିନ ନେଇଥିବା ବ୍ୟକ୍ତି

ନୂଆଦିଲ୍ଲୀ: ଆମେରିକା ଯିବା ଲାଗି ଇଚ୍ଛୁକ ଭାରତୀୟଙ୍କ ଲାଗି ଖୁସି ଖବର । ଯଦି କୋଭାକ୍ସିନ ନେଇଛନ୍ତି ତେବେ ଆସନ୍ତା ୮ରୁ ଆପଣ ବିନା ବାଧାରେ ଯାଇପାରିବେ ଆମେରିକା । ଏନେଇ ଆମେରିକା ନିଜ ନିୟମରେ ପରିବର୍ତ୍ତନ କରିଛି । ଜରୁରୀକାଳୀନ ବ୍ୟବହାର ଲାଗି କୋଭାକ୍ସିନକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁମତି ଦେବା ପରେ ଆମେରିକା ଏହି ନିଷ୍ପତ୍ତି ନେଇଛି । WHO ଅନୁଯାୟୀ କୋଭାକ୍ସିନର ୭୮ ପ୍ରତିଶତ ଦକ୍ଷତା ହାର ରହିଛି । ସ୍ବଳ୍ପ ଏବଂ ମଧ୍ୟମ ଆୟକାରୀ ଦେଶମାନଙ୍କ ପାଇଁ ଏହା ଅତ୍ୟନ୍ତ ଉପଯୁକ୍ତ କାରଣ ଏହାକୁ ସଂରକ୍ଷଣ କରିବା ସହଜ ଅଟେ । ଏହି ଟିକାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅଧୀନରେ ଥିବା ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ଦ୍ବାରା ମିଳିତ ଭାବରେ ବିକଶିତ କରାଯାଇଛି ।

 

ଆମେରିକା ରୋଗ ନିୟନ୍ତ୍ରଣ କେନ୍ଦ୍ର ବା ସିଡିସି ପକ୍ଷରୁ ଏନେଇ ଗାଇଡଲାଇନ ଜାରି କରାଯାଇଛି ଏବଂ ଖାଦ୍ୟ ଓ ଔଷଧ ପ୍ରଶାସନ ଏସମ୍ପର୍କରେ ଅବଗତ କରାଯାଇଛି । ଆମେରିକା ରୋଗ ନିୟନ୍ତ୍ରଣ ପ୍ରେସ ଅଧିକାରୀ ସ୍କଟ ପାଉଲି ନ୍ୟୁଜ୍ ଏଜେନ୍ସି ANIକୁ କହିଛନ୍ତି କି ସିଡିସିର ଭ୍ରମଣ ନିର୍ଦ୍ଧେଶବଳୀ FDA ଅନୁମୋଦିତ କିମ୍ବା ପ୍ରାଧିକୃତ ତଥା WHO ଜରୁରୀକାଳୀନ ବ୍ୟବହାର ତାଲିକା ଟିକା ପାଇଁ ପ୍ରଯୁଜ୍ୟ ଏବଂ ଯେକୌଣସି ନୂତନ ଟିକା ଅନ୍ତର୍ଭୁକ୍ତ କରେ ତାହା ସମୟ ସହ ସେହି ତାଲିକାରେ ଯୋଡି ହୋଇପାରେ । ତେବେ କୋଭାକ୍ସିନ ନେଇ ନଥିବା ଯାତ୍ରୀମାନେ ପୂର୍ବରୁ ଆମେରିକାରେ ପହଞ୍ଚିବା ପରେ କ୍ବାରେଣ୍ଟାଇନରେ ରହିବା ସହ ନେଗେଟିଭ ଆରଟି ପିସିଆର ରିପୋର୍ଟ ଦାଖଲ କରୁଥିଲେ । ୮ ତାରିଖ ପରେ ଏହା ଆଉ ଆବଶ୍ୟକ ନାହିଁ । ପୂର୍ବରୁ ଫାଇଜର, ଜନସନ, ମଡର୍ଣ୍ଣା, ଆଷ୍ଟ୍ରାଜେନେକା, କୋଭିସିଲ୍ଡ, ସିନୋଫାର୍ମ ଓ ସିନୋଭାକକୁ ଆମେରିକା ଅନୁମତି ଦେଇସାରିଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କୋଭାକ୍ସିନ କୋଭିଡ ବିରୋଧରେ ୭୭.୮ ପ୍ରତିଶତ ସଫଳ ହେଉଛି ।

Latest Posts

Don't Miss