ଉତ୍ତର ପ୍ରଦେଶ ଏବଂ ତେଲେଙ୍ଗାନା ପରେ ଏହି ରାଜ୍ୟରେ ବ୍ୟାନ ହେଲା ସିଗାରେଟ୍‌ ଓ ତମାଖୁ ବିକ୍ରି

ବ୍ୟୁରୋ ରିପୋର୍ଟ: ସିଗାରେଟ୍‌ ଓ ତମାଖୁ ଉପରେ ଲାଗିଲା ବ୍ୟାନ। ଉତ୍ତର ପ୍ରଦେଶ ଏବଂ ତେଲେଙ୍ଗାନା ପରେ ବର୍ତ୍ତମାନ ଜମ୍ମୁ କାଶ୍ମୀରର କତ୍ରାରେ ସିଗାରେଟ ଓ ତମାଖୁ ବିକ୍ରି ଏବଂ ସେବନ ଉପରେ ରୋକ ଲଗାଯାଇଛି। ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତ ବୈଷ୍ଣ ଦେବୀଙ୍କ ଦର୍ଶନ ପାଇଁ ଜମ୍ମୁ ଆସନ୍ତି। ଏଭଳି ପରିସ୍ଥିତିରେ ସମଗ୍ର ମାର୍ଗରେ ମଦ୍ୟପାନ, ମାଂସ ଏବଂ ତମାଖୁ ଉତ୍ପାଦ ଉପରେ ନିଷେଧାଦେଶ ଜାରି ହୋଇଛି । କତ୍ରାର କିଛି ଅଞ୍ଚଳରେ ଏହି ପ୍ରତିବନ୍ଧକ ଜାରି ହୋଇଛି ।

କିନ୍ତୁ ନିଷେଧାଦେଶ ସତ୍ତ୍ୱେ ଲୋକମାନେ ସିଗାରେଟ ଏବଂ ତମାଖୁ ସେବନ କରୁଥିବା ଦେଖିବାକୁ ମିଳିଛି । ନିୟମ ଜାରି ହୋଇଥିଲେ ସର୍ତ୍ତ୍ୱେ ଲୋକମାନେ ମାନୁନାହାଁନ୍ତି । ଖୋଲାଖୋଲି ଭାବେ ସିଗାରେଟ୍ ଏବଂ ତମାଖୁ ସେବନ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଅମାନିଆଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସରକାର। ଯାତ୍ରା ମାର୍ଗରେ ଏହି ନିଶା ପଦାର୍ଥ ବ୍ୟବହାର ଉପରେ ବ୍ୟାନ୍‌ ଲଗାଇଛନ୍ତି।