ରଙ୍ଗବଦଳା ରାଜନୀତିରେ ଆଉ ଏକ ରୂପ, ଗେରୁଆ ହେବ ସରକାରୀ ସ୍କୁଲ

ଭୁବନେଶ୍ୱର : ରାଜ୍ୟରେ ବଦଳିବ ସବୁ ସ୍କୁଲ କୋଠାର ରଙ୍ଗ । ଗେରୁଆ ହେବ ସମସ୍ତ ସରକାରୀ ସ୍କୁଲ । ସମସ୍ତ ସରକାରୀ ସ୍କୁଲ ଏବଂ ପିଏମ୍ ଶ୍ରୀ ସ୍କୁଲ ରଙ୍ଗ ସମାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏ ନେଇ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ। ସ୍କୁଲ ନିର୍ମାଣ, ମରାମତି ବେଳେ ରଙ୍ଗ ସମାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲକୁ ଗେରୁଆ ରଙ୍ଗ କରିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି । ପୂର୍ବରୁ ୟୁନିଫର୍ମ ରଙ୍ଗ ବଦଳାଇବାକୁ ଯୋଜନା କରିଛି କରିଛି ବିଜେପି ସରକାର। ଏବେ ସ୍କୁଲ ରଙ୍ଗକୁ ଗେରୁଆ କରିବାକୁ ନିର୍ଦ୍ଦେଶ ଦେଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ।