ଇମ୍ଫାଲରେ ଦୁଇ ଜଣଙ୍କ ଶବ ମିଳିବା ପରେ ବିଭିନ୍ନ ସ୍ଥାନରେ ଉତ୍ତେଜନା

ମଣୀପୁର : ପୁଣି ମଣିପୁରରେ ହିଂସା । ଇମ୍ଫାଲରେ ଦୁଇ ଜଣଙ୍କ ଶବ ମିଳିବା ପରେ ବିଭିନ୍ନ ସ୍ଥାନରେ ହୋଇଛି ଉତ୍ତେଜନା । ଇମ୍ଫାଲ ଓ୍ବେଷ୍ଟର ତାଇନପୋକପିରେ ଜଣେ ମହିଳାଙ୍କ ଗୁଳିବିଦ୍ଧ ଶରୀର ଠାବ ହୋଇଥିବାବେଳେ ଇମ୍ଫାଲ ଇଷ୍ଟରେ  ଜଣେ ବ୍ୟକ୍ତିଙ୍କ ଗୁଳିବିଦ୍ଧ ଶରୀର ଠାବ ହୋଇଛି । ଗତ ମେ ମାସରୁ ରାଜ୍ୟରେ ଆରମ୍ଭ ହୋଇଥିବା ହିଂସା ବର୍ତ୍ତମାନ ସୁଦ୍ଧା ଜାରି ରହିଛି । ଦୁଇଟିଯାକ ମୃତଦେହ ଇମ୍ଫାଲର ରିଜିଓନାଲ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସକୁ ପୋଷ୍ଟମର୍ଟମ ଲାଗି ପଠାଯାଇଛି ।Mobile internet ban extended in Manipur till November 13 - India Today

ସେପଟେ ବିଭିନ୍ନ ସ୍ଥାନରୁ ଅପହୃତ ହୋଇଥିବା ୪ ଜଣଙ୍କ ସନ୍ଧାନ ଲାଗି ସେନା ଓ ଆସାମ ରାଇଫଲସ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । ଅପହୃତ ହୋଇଥିବା ୪ ଜଣଙ୍କ ମଧ୍ୟରୁ ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି ଏବଂ ତାଙ୍କ ମୃତଦେହ ଠାବ ହୋଇଛି ବୋଲି ଆଶଙ୍କା କରାଯାଉଛି । ଗତ ମେ ମାସରୁ ଜାରି ରହିଥିବା ହିଂସାରେ ମୃତ୍ୟୁ ସଂଖ୍ୟା ୧୮୦ ହୋଇଥିବା ସୂଚନା ମିଳିଛି ।