ବିବାହ ପରେ ପଦାରେ ପଡ଼ିଲା ନବବଧୂର ପ୍ରକୃତ ପରିଚୟ, ଝିଅ ବେଶରେ ଥିବା ପୁଅକୁ ବାହା ହୋଇଥିଲେ ପ୍ରେମିକ

ବାସୁଦେବପୁର: ଫେସବୁକ୍ ପ୍ରେମରୁ ହେଲା ବିବାହ ।  ଔପଚାରିକତା ସରିଲା । ଆଶୀର୍ବାଦ ମିଳିଲା । ବନ୍ଦାପନା ପରେ ଗୃହ ପ୍ରବେଶ କଲେ ବରକନ୍ୟା । କିନ୍ତୁ ପରେ ଜଣାପଡ଼ିଗଲା ସତ । ଯେଉଁ ପ୍ରେମିକାକୁ ନେଇ ସୁଖର ସଂସାର ଗଢ଼ିବା ପାଇଁ ପ୍ରେମିକ ସ୍ୱପ୍ନ ଦେଖିଥିଲେ, ତାହା ନିମିଷକ ମଧ୍ୟରେ ଚୂରମାର ହୋଇଗଲା । ପ୍ରେମିକା ଜଣକ ପ୍ରକୃତରେ ଥିଲେ ପୁରୁଷ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ କଶିଆ ଅଞ୍ଚଳରେ ।

 

ପରିଚୟ ଗୋପନ ରଖି ନାଁ ବଦଳାଇ ମେଘନା ରଖିଥିଲେ । ଆଉ ଏହି ନାଁରେ ବିବାହ ବି କରିଥିଲେ । ବଧୂବେଶ ସାଜିଥିବା ନୂଆବୋହୁ ଝିଅ ବଦଳରେ ପୁଅ ବୋଲି ଜଣାପଡିଗଲା । ନବବଧୂ ମେଘନା ନୁହେଁ ମେଘନାଦ ବୋଲି ସତ ପଦାକୁ ଆସିଲା ପରେ ଲୋକେ ବର୍ଷିଲେ । ଉଲଗ୍ନ କରି ମେଘନାଦକୁ ଉପରେ ବର୍ଷିଲେ ବିଧା ଚାପୁଡା । ତାଙ୍କ ଚୁଟି କାଟିଲେ ଲୋକେ ।  ପରେ ନବବଧୂ ସାଜିଥିବା ମେଘନା ଜଣେ ଝିଅ ନୁହେଁ ପୁଅ ଓ ତା’ର ନାଁ ମେଘନାଦ ବୋଲି ସ୍ପଷ୍ଟ ହୋଇଥିଲା