ରାହୁଲଙ୍କ ସଦସ୍ୟତା ରଦ୍ଦ ପରେ ECର ମନ୍ଥନ, ଏପ୍ରିଲରେ ହୋଇପାରେ ୱାୟନାଡରେ ଲୋକସଭା ଉପନିର୍ବାଚନ ନେଇ ଘୋଷଣା

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସଂସଦ ସଦସ୍ୟତା ରଦ୍ଦ ହେବା ପରେ ଏବେ କେରଳରେ ଖାଲିପଡ଼ିଥିବା ୱାୟନାଡ ଲୋକସଭା ଆସନରେ ଉପନିର୍ବାଚନକୁ ନେଇ ମନ୍ଥନ ଆରମ୍ଭ ହୋଇଯାଇଛି । ନିର୍ବାଚନ କମିଶନ ର ଜଣେ ସୂତ୍ରଙ୍କ ଅନୁଯାୟୀ ୱାୟନାଡ ଲୋକସଭା କ୍ଷେତ୍ରରେ ଉପନିର୍ବାଚନର କାର୍ଯ୍ୟକ୍ରମ ଏପ୍ରିଲରେ ଘୋଷଣା ହୋଇପାରେ । ନିର୍ବାଚନ କମିଶନ ୱାୟନାଡରେ ଉପନିର୍ବାଚନକୁ ନେଇ ମନ୍ଥନ ମଧ୍ୟ ଆରମ୍ଭ କରିଦେଇଛି ।
ସୂଚନାଥାଉକି ସୁରଟ କୋର୍ଟରୁ ଅପରାଧିକ ମାନହାନି ମାମଲାରେ ଦୁଇ ବର୍ଷ ଜେଲଦଣ୍ଡ ଶୁଣାଣି ପରେ ରାହୁଲ ଗାନ୍ଧିଙ୍କ ସଂସଦ ସଦସ୍ୟତା ରଦ୍ଦ ହୋଇଯାଇଛି । ରାହୁଲ ଗାନ୍ଧିଙ୍କ ସଦସ୍ୟତା ରଦ୍ଦ ନେଇ ଲୋକସଭା ବାଚସ୍ପତି ଅଧିସୂଚନା ଜାରି କରିଛନ୍ତି । ଅବଶ୍ୟ କୋର୍ଟ ଦଣ୍ଡ ଦେବା ସହ ହିଁ ରାହୁଲ ଗାନ୍ଧିଙ୍କୁ ଆଶ୍ୱସ୍ତି ପାଇଁ ଆବେଦନ କରିବା ପାଇଁ ଏକ ମାସର ସମୟ ଦେଇଛନ୍ତି ।