spot_img

Latest Posts

ପାକିସ୍ତାନ ବେକ ମୋଡିଲା ତାଲିବାନ: ଫ୍ଲାଇଟ୍ ଲ୍ୟାଣ୍ଡ କରାଇ ନଦେବାକୁ ଦେଲା ଧମକ

କାବୁଲ: ତାଲିବାନର ଆଫଗାନିସ୍ତାନ ଦଖଳ ହେଉ କି ଏହା ପୂର୍ବରୁ ତାଲିବାନୀ ଆତଙ୍କୀଙ୍କୁ ସୁରକ୍ଷା ଦେବା ହେଉ ସବୁବେଳେ ସାଙ୍ଗରେ ଛିଡ଼ା ହୋଇଛି ପାକିସ୍ତାନ। ସେତିକି ନୁହେଁ ନର୍ଦନ ଏଲାଏନ୍ସ ଉପରେ ରାତିର ଅନ୍ଧାରରେ ଏୟାର ଷ୍ଟ୍ରାଇକ୍ ବି କରିବାକୁ ପଛାଇନି ପାକିସ୍ତାନ ବାୟୁସେନା। ଆମେରିକାର ତାଲିବାନ ଉପରେ ଆକ୍ରମଣ ବେଳେ ଆତଙ୍କୀଙ୍କ ଲୁଚିଛପି ସୁରକ୍ଷା ଦେଇଥିଲା। ତାଲିବାନ ସରକାରକୁ ମାନ୍ୟତା ଦେବାକୁ ନିଆଜୀ ଇମରାନ୍ ଅନ୍ତର୍ଜାତୀୟ ସ୍ତରରେ ଲବି କରିବାକୁ ବି ପଛାଇ ନଥିଲେ। ତାଲିବାନ ଆଫଗାନ ଦଖଲ କରିବା ପରେ ପାକିସ୍ତାନ ଉପରେ ନାଲି ଆଖି ଦେଖାଇବା ଆରମ୍ଭ କରିଦେଇଛି। ଏବେ ତାଲିବାନ କାବୁଲରୁ ଇସଲାମାବାଦ ଯାଉଥିବା ବିମାନ ଉପରେ ଟିକେଟ୍ ବାବଦକୁ ମାତ୍ରାଧିକ ଟଙ୍କା ନେଉଥିବା ଅଭିଯେଗା ଆଣି ଚେତାବନୀ ଦେଇଛି।

କାବୁଲରୁ ଇସଲାମାବାଦ ଯାଉଥିବା ବିମାନ ଭଡ଼ା କମାଇବାକୁ କହିଛି ତାଲିବାନ। ଯଦି ଭଡ଼ା କମା ନଯାଏ ତେବେ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନକୁ ଆଫଗାନିସ୍ତାନରେ ଲ୍ୟାଣ୍ଡ ହେବାକୁ ଦିଆଯିବନି ବୋଲି ଚେତାବନୀ ଦେଇଛି।

ଆଫଗାନିସ୍ତାନ ମନ୍ତ୍ରାଳୟ ପକ୍ଷରୁ ଗୁରୁବାର ଏକ ନୋଟିସ ପ୍ରକାଶ ପାଇଥିଲା। ଏଥିରେ କୁହାଯାଇଥିଲା, ପିଆଇଏ ଯାତ୍ରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଟିକେଟ୍ ବାବଦକୁ ନେଉଥିବା ଅଭିଯୋଗ ଆସିଛି।

ଜିୟୋ ଟିଭି ରିର୍ପୋଟ ଅନୁସାରେ, କାବୁଲରୁ ଇସଲାମାବାଦକୁ ଏବେ ୨୫୦୦ ଡଲାର ଅର୍ଥାତ ୧ ଲକ୍ଷ ୮୮ ହଜାର ଟଙ୍କା ପଡୁଛି। ଯାହା ତାଲିବାନର ଆଫଗାନ ଦଖଲ ପୂବର୍ରୁ ୧୨୦ରୁ ୧୫୦ ଡଲାର ଅର୍ଥାତ ୧୧ ହଜାର ଟଙ୍କା ପଡୁଥିଲା।

Latest Posts

Don't Miss