spot_img

Latest Posts

26 January Violence: ସୁପ୍ରିମକୋର୍ଟ ପରେ, ହସ୍ତକ୍ଷେପ କରିବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ହିଂସାକାଣ୍ଡ ଘଟଣାରେ ସୁପ୍ରିମକୋର୍ଟ ପରେ ଏବେ ଦିଲ୍ଲୀ ହାଇକୋର୍ଟ ବି ହସ୍ତକ୍ଷେପ କରିବାକୁ ମନା କରିଦେଇଛି। ହିଂସାକାଣ୍ଡର ତଦନ୍ତ ପାଇଁ ଦିଲ୍ଲୀ ହାଇକୋର୍ଟ ମଧ୍ୟ ଶୁଣାଣି କରିବାକୁ ମନା କରି ଦେଇଛନ୍ତି।

ହାଇକୋର୍ଟ ଆବେଦନକାରୀଙ୍କୁ ହିଂସା ହେବାର ମାତ୍ର ଦୁଇ ଦିନ ପରେ କାହିଁକି ଆବେଦନ କରାଯାଇଥିଲା ଏବଂ ଦୁଇ ଦିନ ମଧ୍ୟରେ ତଦନ୍ତ ଶେଷ ହୋଇପାରିବ କି ବୋଲି ପ୍ରଶ୍ନ କରିଛନ୍ତି । ଏଥିସହିତ ହାଇକୋର୍ଟ ଆବେଦନକାରୀଙ୍କୁ ଏହି ଆବେଦନ ପ୍ରତ୍ୟାହାର କରିବାକୁ ଅନୁମତି ଦେଇଛନ୍ତି।

ଅନ୍ୟପଟେ ଶୁଣାଣି ସମୟରେ ଦିଲ୍ଲୀ ହାଇକୋର୍ଟରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ସମୁଦାୟ ୪୩ ଟି ଏଫ୍ଆଇଆର୍ ଦାଖଲ ହୋଇଛି, ଯେଉଁଥିରେ ୧୩ଟି ସ୍ୱତନ୍ତ୍ର ସେଲକୁ ସ୍ଥାନାନ୍ତର କରାଯାଇଛି। ଏହାବ୍ୟତୀତ UAPA ଅଧୀନରେ ମଧ୍ୟ ଏହି ମାମଲାର ଯାଞ୍ଚ କରାଯାଉଛି। ଶିଖ୍ ଫର ଜଷ୍ଟିସ୍ ଭଳି ନିଷିଦ୍ଧ ସଂଗଠନର ଭୂମିକା ମଧ୍ୟ ଯାଞ୍ଚ କରାଯାଉଛି। ଆଇନ ଅନୁଯାୟୀ ପୋଲିସ ଏହି ଘଟଣାର ଗୁରୁତର ତଦନ୍ତ କରୁଥିବା ସଲିସିଟର ଜେନେରାଲ କହିଛନ୍ତି।

ପୂର୍ବରୁ ଗତ୩ ତାରିଖରେ ସୁପ୍ରିମକୋର୍ଟ ଏହି ହିଂସାକାଣ୍ଡ ଘଟଣାରେ ହସ୍ତକ୍ଷେପ କରିବାକୁ ମନାକରିଦେଇଥିଲେ। କେନ୍ଦ୍ର ସରକାର ଏନେଇ ପଦକ୍ଷେପ ନେଉଛନ୍ତି, ତେଣୁ ଏନେଇ ଆବେଦନକାରୀଙ୍କୁ ସରକାରଙ୍କ ଆଗରେ ଅପିଲ୍ କରିବାକୁ ସର୍ବୋଚ୍ଚ କୋର୍ଟ କହିଥିଲେ।

Latest Posts

Don't Miss