ସେନାବାହିନୀରେ ମହିଳା ଅଫିସର ହେବେ ସ୍ଥାୟୀ କମିଶନ

ନୂଆଦିଲ୍ଲୀ: ସେନାବାହିନୀରେ ମହିଳା ଅଫିସରଙ୍କୁ ସ୍ଥାୟୀ କମିଶନ ନେଇ ପୁଣି ସରକାରଙ୍କ ବଡ ନିଷ୍ପତ୍ତି । ଆସନ୍ତା ୧୦ ଦିନ ମଧ୍ୟରେ ୧୧ ଜଣ ମହିଳା ଅଫିସରଙ୍କୁ ପର୍ମାନେଣ୍ଟ କମିଶନ ଦିଆଯିବ ବୋଲି ସୁପ୍ରିମ କୋର୍ଟ ନିକଟରେ କେନ୍ଦ୍ର ସରକାର ଦର୍ଶାଇଛନ୍ତି । ଯେଉଁ ମହିଳା ଅଫିସରମାନେ ପର୍ମାନେଣ୍ଟ କମିଶନ ଲାଗି କୋର୍ଟ ନିକଟରେ ଆବେଦନ କରିବାକୁ ଯାଉଛନ୍ତି ସେମାନଙ୍କୁ ଯୋଗ୍ୟତାଭିତ୍ତିରେ ଆସନ୍ତା ୩ ସପ୍ତାହ ମଧ୍ୟରେ ନିଯୁକ୍ତି ଦେବା ଲାଗି କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସେପଟେ ଯଦି ନିର୍ଦ୍ଦେଶ ପାଳନ ନ କରାଯାଏ ତେବେ ଏହାକୁ କୋର୍ଟଙ୍କ ଅବମାନନା ବୋଲି ବିଚାର କରାଯିବା ନେଇ ସର୍ବୋଚ୍ଚ ଅଦାଲତ ସତର୍କ କରିବା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି । ସେନାବାହିନୀରେ ୩୯ ମହିଳା ଅଫିସରଙ୍କୁ ପର୍ମାନେଣ୍ଟ କମିଶନ ଦେବା ଲାଗି ଗତ ଅକ୍ଟୋବର ୨୨ ତାରିଖରେ ସୁପ୍ରିମକୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ ।

Leave a Reply