ପାକିସ୍ତାନର ଚେତାବନୀ ପରେ ତାଲିବାନର ପାଲଟା ଆକ୍ରମଣ

1 min read

ନୂଆଦିଲ୍ଲୀ: ପାକିସ୍ତାନ ଏବଂ ତାଲିବାନ ମଧ୍ୟରେ ଚାଲିଲା ପୁଣି ଶୀତଳ ଯୁଦ୍ଧ । ପାକିସ୍ତାନ ଉପରେ ଆକ୍ରମଣ କରିଛି ତାଲିବାନ। ପାକିସ୍ତାନର ଗୃହ ମନ୍ତ୍ରୀ ସନାଉଲ୍ଲାହ ଦେଇଥିଲେ ଖୁଲମଖୁଲା ଚେତାବନୀ । ଯାହାର ଜବାବରେ ତାଲିବାନ ପାକିସ୍ତାନ ଉପରେ କରିଛି ଏବେ ପାଲଟା ଆକ୍ରମଣ । ତାଲିବାନର ଇସଲାମିକ ଗୋଷ୍ଠୀ ପାକିସ୍ତାନକୁ ଚେତାବନୀ ଦେଇ କହିଛି ଯେ , ସେମାନେ ଏବେ ନିଜ ଦେଶର ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତା ରକ୍ଷା କରିବାପାଇଁ ପ୍ରସ୍ତୁତ ଅଛନ୍ତି ।

ଗଣମାଧ୍ୟମର ସୂଚନା ଅନୁଯାୟୀ, ପାକିସ୍ତାନ ଉପରେ ଟିଟିପି ତାର ଲଗାତାର ଆତଙ୍କୀ ହାମଲା କରୁଥିବାକୁ ପାକିସ୍ତାନର ଗୃହମନନ୍ତ୍ରୀ ସାମ୍ନାକୁ ଆସି ଚେତାବନୀ ଦେଇଛନ୍ତି । ପାକିସ୍ତାନ ଏବେ ଟିଟିପି ଅର୍ଥାତ୍ ଆଫଗାନିସ୍ତାନ-ପାକିସ୍ତାନ ସୀମା ଉପେର ସକ୍ରିୟ ଥିବା ଆତଙ୍କବାଦୀ ସଙ୍ଗଠନର ବାସସ୍ଥାନ ଉପରେ ମିଲିଟାରୀ ଅପରେଶନ କରିପାରିବ । ଖବର ଅନୁଯାୟୀ, ତାଲିବାନର ପ୍ରତିରକ୍ଷା ମନ୍ତ୍ରାଳୟ ପାକିସ୍ତାନ ମନ୍ତବ୍ୟକୁ ଉତ୍ତେଜନାମୂଳକ ଏବଂ ଭିତ୍ତିହୀନ ବୋଲି କହିଛି । କୌଣସି ପ୍ରସଙ୍ଗ ଏବଂ ସମସ୍ୟାକୁ ପରସ୍ପର ମଧ୍ୟରେ କାଥାବାର୍ତ୍ତା ହୋଇ ସମଧାନ କରାଯାଇପାରିବ ବୋଲି ତାଲିବାନ ମନ୍ତ୍ରାଳୟ କହିଛି । ଆହୁରୀ ମଧ୍ୟ ତାଲିବାନ କହିଛି ଯେ, ଏଭଳି ଅଭିଯୋଗ ଦୁଇ ଦେଶ ମଧ୍ୟରେ ଫାଟକ ସୃଷ୍ଟି କରିବା ସହ ସମ୍ପର୍କରେ କ୍ଷତି ପହଞ୍ଚାଉଛି ।