ମଣିପୁର ପରେ ପଶ୍ଚିମବଙ୍ଗ ମାଲଦାରେ ବର୍ବରତା, ମହିଳାଙ୍କୁ ମାଡ଼ମାରି ଅର୍ଦ୍ଧନଗ୍ନ କରି କରାଇଲେ ପରେଡ

କୋଲକାତା: ମଣିପୁର ପରେ ପଶ୍ଚିମବଙ୍ଗ ମାଲଦାରେ ବର୍ବରତା  । ପଶ୍ଚିମବଙ୍ଗ ମାଲଦାରେ ଘଟିଛି ମହିଳାଙ୍କୁ ମାଡ଼ମାରି ଅର୍ଦ୍ଧନଗ୍ନ କରି ପରେଡ କରାଇବା ଘଟଣା । ଏନେଇ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦୁଇ ଜଣ ମହିଳାଙ୍କୁ ମାଡ଼ମାରି ଚୁଟି ଘୋଷାଡ଼ି ଅର୍ଦ୍ଧନଗ୍ନ ଅବସ୍ଥାରେ ଚଲାଇ ଚଲାଇ ନିଆଯାଉଛି । ତିନିରୁ ଚାରି ଦିନ ତଳେ ଏହି ଘଟଣା ଘଟିଥିବା କୁହାଯାଉଛି । କୌଣସି ଏକ ଦୌକାନରୁ ଦୁଇ ମହିଳା ଚୋରି କରୁଥିବାବେଳେ ମହିଳା ମାଲିକ ହାତରେ ରେଡହ୍ୟାଣ୍ଡ ଧରିପଡ଼ିଥିଲେ । ଏହାପରେ ମହିଳା ମାଲିକ ଜଣକ ତାଙ୍କୁ ପିଟାପିଟି କରିବା ପରେ ଭିଡ଼ ଜମିଥିଲା  । ଏବଂ ଲୋକମାନେ ଦୁଇ ମହିଳାଙ୍କୁ ଧରି ନିସ୍ତୁକ ମାଡ଼ ମାରି ଅର୍ଦ୍ଧନଗ୍ନ ଅବସ୍ଥାରେ ବୁଲାଇଥିଲେ ।

ଏନେଇ ଏକ ମାମଲା ରୁଜୁ କରି ପୋଲିସ ତନାଘନା ଚଳାଇଛି । ଅନ୍ୟପଟେ ଥାନାରେ ମାମଲା ରୁଜୁ ହୋଇଥିବା କହିଛନ୍ତି ଟିଏମସି ନେତା ତଥା ମନ୍ତ୍ରୀ ଶଶୀ ପାଞ୍ଜା । ଏହାକୁ ନେଇ ରାଜନୀତି କରାନଯାଉ ବୋଲି ସେ ଅପିଲ କରିଛନ୍ତି । ଏହା ଏକ ଚୋରି କେସ୍ । ଚୋରି କରୁଥିବାବେଳେ ମହିଳାଙ୍କୁ ଧରିବା ପରେ ଅଚାନକ ଏପରି ଏକ ଅଘଟଣ ଘଟିଛି ବୋଲି କହିଛନ୍ତି ଶଶୀ ପାଞ୍ଜା ।