ପ୍ରଥମେ ଡେଙ୍ଗୁ ପରେ କରୋନା ଏବେ ପୁଣି ସାପ କାମୁଡ଼ିଲା, ଭାରତରେ ଫସିଲେ ବିଦେଶୀ ପର୍ଯ୍ୟଟକ

1 min read

ନୂଆଦିଲ୍ଲୀ: ବ୍ରିଟେନରୁ ଭାରତ ଆସି ସମାଜସେବା କରୁଥିବା ଜଣେ ବ୍ୟକ୍ତିଙ୍କ ସହ ଏମିତି କିଛି ଘଟିଛି ଯାହା ଜାଣିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ । ରାଜସ୍ଥାନରେ ଫସିଥିବା ଏହି ବ୍ୟକ୍ତିଙ୍କୁ ଥରେ ନୁହେଁ, ଦୁଇ ଥର ନୁହେଁ ତିନି-ତିନି ଥର ମୃତ୍ୟୁ ସହ ମୁହାମୁହିଁ ହୋଇଛନ୍ତି । ପ୍ରଥମେ ଡେଙ୍ଗୁରୁ ଠିକ୍ ହେଉ ହେଉ କରୋନା କବଳରେ ପଡ଼ିଥିଲେ । ଏବେ ସାପ କାମୁଡ଼ିବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ଇୟାନ ଜନ୍ସଙ୍କୁ ବିଗତ ଦିନରେ ଜୟପୁରରୁ ୩୫୦ କିଲୋମିଟର ଦୂର ଏକ ଗାଁରେ ନାଗ ସାପ କାମୁଡ଼ି ଦେଇଥିଲା । ଏବେ ସେ ଯୋଧପୁରରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ଚିକିତ୍ସା କରୁଥିବା ଡକ୍ଟର ଅଭିଷେକ ତାତେର କହିଛନ୍ତି- ବ୍ୟକ୍ତି ଜଣଙ୍କ ଗତ ସପ୍ତାହରେ ଆସିଥିଲେ । ତାଙ୍କୁ ଏକ ଗାଁରେ ସାପ କାମୁଡ଼ି ଦେଇଥିଲା । ପ୍ରଥମେ ଆମେ ଭାବିଥିଲୁ ତାଙ୍କୁ ପୁଣି ଥରେ କରୋନା ହୋଇଯାଇଛି । ତେବେ, ଆଶ୍ୱସ୍ତିର କଥା ହେଉଛି ତାଙ୍କ କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିଛି । ତାଙ୍କ ଠାରେ ସାପ କାମୁଡ଼ିବା ପରର ଲକ୍ଷଣ ରହିଛି । ଜନ୍ସଙ୍କ ଆଖିକୁ ସବୁକିଛି ଠିକ୍ ଦେଖାଯାଉନାହିଁ । ଏଥିସହ ଚାଲିବାରେ ଅସୁବିଧା ହେଉଛି ।

After Malaria And Covid British Man Survives Cobra Bite In Rajasthan

ଡାକ୍ତରଙ୍କ ଅନୁସାରେ, ଜନ୍ସଙ୍କୁ ଗତ ସପ୍ତାହରେ ଛୁଟି ମିଳିଥିଲା । ଜନ୍ସଙ୍କ ପୁଅ କହିଛନ୍ତି- ତାଙ୍କ ବାପା ଜଣେ ଫାଇଟର (ଯୋଦ୍ଧା) । ଭାରତରେ ଥିବାବେଳେ ସେ ପ୍ରଥମେ ମାଲେରିଆ ଜରରେ ପଡ଼ିଥିଲେ । ଏହାପରେ ସେ କରୋନା ସଂକ୍ରମିତ ହୋଇଥିବା ବେଳେ ଏବେ ସାପ କାମୁଡ଼ାର ଶିକାର ହୋଇଛନ୍ତି ।

ଜନ୍ସଙ୍କ ପୁଅ କହିଛନ୍ତି- ତାଙ୍କ ବାପା କରୋନା ମହାମାରୀ ଯୋଗୁଁ ଭାରତରେ ଫସି ରହିଥିଲେ । ତେବେ, ଭାରତରେ ରହି ତାଙ୍କ ବାପା ଅନ୍ୟମାନଙ୍କୁ ସାହାଯ୍ୟ କରୁଥିବାରୁ ସେ ଖୁସିବ୍ୟକ୍ତି କରିଛନ୍ତି । ଜନ୍ସ ରାଜସ୍ଥାନରେ ପାରମ୍ପରିକ କାରିଗରଙ୍କ ସହ କାମ କରୁଛନ୍ତି ।

Leave a Reply