କୋଲକତା ନାଇଟ ରାଇଡରର୍ସ ପରେ ଚେନ୍ନାଇ ସୁପରକିଙ୍ଗସ୍‌ର ୩ଜଣଙ୍କୁ କରୋନା

1 min read

ଆଇପିଏଲ ୨୦୨୧ରେ କରୋନା ଭାଇରସ ନିଜର କାୟା ବଢାଇବାକୁ ଲାଗିଛି । କୋଲକତା ନାଇଟ ରାଇଡରର୍ସର ଦୁଇ ଖେଳାଳୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏବେ ଚେନ୍ନାଇ ସୁପରକିଙ୍ଗସ୍‌ର ପାଳି । ଚେନ୍ନାଇ ସୁପରକିଙ୍ଗସ୍‌ର ସୋପର୍ଟ ଷ୍ଟାଫ୍‌ଙ୍କ ଭିତରୁ ୩ଜଣ କରୋନା ସଂକ୍ରମିତ ହୋଇଛନ୍ତି । କିନ୍ତୁ ଆଶ୍ୱସ୍ତିକର କଥା ହେଉଛି ଟିମ୍‌ର ବାକି ସଦସ୍ୟଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ୨ମେ’ରେ ହୋଇଥିବା ଟେଷ୍ଟିଙ୍ଗ ପରେ ଏହା ଜଣାପଡିଛି  ।  ଚେନ୍ନାଇ ଟିମର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) କାଶୀ ବିଶ୍ବନାଥନ୍‌, ବୋଲିଂ କୋଚ୍‌ ଏଲ୍‌ ବାଲାଜୀ ଏବଂ ବସ୍‌ର କ୍ଲିନର କରୋନା ସଂକ୍ରମିତ ହୋଇଥିବା ସୂଚନା ଦିଆଯାଇଛି ।

ଆଶ୍ବସ୍ତିକର କଥା ହେଉଛି ଟିମ୍‌ର ବାକି ସଦସ୍ୟଙ୍କ ରିପୋର୍ଟ ନେଗେଟିଭ ଆସିଛି । ଗତ ରବିବାର ଦିନ ସିଏସ୍‌କେର ସମସ୍ତ ଖେଳାଳୀ ଏବଂ ଟିମ୍‌ ସଦସ୍ୟଙ୍କ ଟେଷ୍ଟ କରାଯାଇଥିଲା ଏବଂ ସେଥିମଧ୍ୟରୁ ୩ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ବର୍ତ୍ତମାନ ଚେନ୍ନାଇ ଟିମ ଦିଲ୍ଲୀରେ ଅଛି ଏବଂ ଆସନ୍ତା ବୁଧବାର ରାଜସ୍ଥାନ ରୟାଲସ୍‌ ବିପକ୍ଷରେ ପରବର୍ତ୍ତୀ ମ୍ୟାଚ ଅଛି । ଏହାରି ମଧ୍ୟରେ ଦଳର ଅଭ୍ୟାସକୁ ମଧ୍ୟ ରଦ୍ଦ କରାଯାଇଛି ।ଏହା ବ୍ୟତୀତ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍‌ର ୫ଜଣ ଗ୍ରାଉଣ୍ଡସ୍‌ମ୍ୟାନ୍ ବି କରୋନା ପଜିଟିଭ୍ ଜଣାପଡିଛନ୍ତି । ଏହାକୁ ଦେଖି ଗୋଟିଏ ଦିନରେ ଆଇପିଏଲ ୨୦୨୧ରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ପହଂଚିଛି । ତେବେ ଏହାରି ମଧ୍ୟରେ ଆଇପିଏଲ ଜାରି ରହିବ କି ନାହିଁ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୂର୍ବରୁ କୋଲକାତା ଏବେ ଚେନ୍ନାଇ ଟିମରେ କରୋନା ସଂକ୍ରମିତ ଚିହ୍ନଟ ହେବା ଆଗକୁ ଆଇପିଏଲ ଜାରି ରହିବା ନେଇ ସସ୍‌ପେନ୍ସ ଛିଡା କରିଛି ।

Leave a Reply