ବାଂଲାଦେଶୀ ସନ୍ଦେହରେ ପାରାଦୀପରେ ଧରାପଡ଼ିଥିବା ମତ୍ସ୍ୟଜୀବୀ ପଶ୍ଚିମବଙ୍ଗର

ପରାଦୀପ: ବାଂଲାଦେଶ ହିଂସାକୁ ନେଇ ଓଡ଼ିଶା ଉପକୂଳରେ ହାଇଆଲର୍ଟ ଜାରି ହୋଇଛି । ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ସାରା ଦେଶରେ ଅସନ୍ତୋଷର ବାତାବରଣ ରହିଛି । ବିଭିନ୍ନ ସ୍ଥାନରେ ବାଂଲାଦେଶୀ ସନ୍ଦେହରେ ଲୋକେ ଅଜଣା ବ୍ୟକ୍ତିଙ୍କୁ ନିର୍ଯାତନା ଦେଉଥିବା ବି ଦେଖିବାକୁ ମିଳୁଛି । ଓଡ଼ିଶାରେ ବି ସମାନ ସ୍ଥିତି । ତେବେ ସମୁଦ୍ର ଦେଇ ଯେମିତି କୌଣସି ବାଂଲାଦେଶୀ ଅନୁପ୍ରବେଶ କରି ନପାରିବେ ସେଥିପ୍ରତି ସଜାଗ ରହିଛି ମେରାଇନ ପୋଲିସ । ଏହି କ୍ରମରେ ବାଂଲାଦେଶୀ ସନ୍ଦେହରେ ୧୦ ମତ୍ସ୍ୟଜୀବୀଙ୍କୁ ପରାଦୀପରେ ଅଟକ ରଖାଯାଇଥିଲା । ଯାହା ଏବେ ଭିନ୍ନ ମୋଡ ନେଇଛି ।

ଯାଞ୍ଚ ପରେ ସମ୍ପୃକ୍ତ ୧୦ ମତ୍ସ୍ୟଜୀବୀ ପଶ୍ଚିମବଙ୍ଗ ସୁନ୍ଦରବନ ଅଞ୍ଚଳର ବୋଲି ଜଣଶପଡ଼ିଛି । ପରିଚୟ ପତ୍ର ପୋଲିସକୁ ଦେଖାଇବା ପରେ ସେମାନଙ୍କୁ ଛାଡି ଦିଆଯାଇଥିବା ପୋଲିସ କହିଛି ।

କେନ୍ଦ୍ରାପଡ଼ା ଜିଲ୍ଲା ବତୀଘର ଅଞ୍ଚଳରୁ ଏହି ମତ୍ସ୍ୟଜୀବୀମାନଙ୍କୁ ବାଂଲାଦେଶୀ ସନ୍ଦେହରେ ଅଟକ ରଖାଯାଇଥିଲା । ବାଲିପ୍ଲଟରୁ ଡଙ୍ଗାରେ ମାଛ ଧରିବାକୁ ଯିବା ପାଇଁ  ସେମାନେ ଆସିଥିଲେ । ସେମାନଙ୍କ ପରିଚୟପତ୍ର ଯାଞ୍ଚ ପରେ ଛଡାଯାଇଥିବା କହିଛନ୍ତି  ଡିଏସପି ସନ୍ତୋଷ ଜେନା ।