କାହିଁଁକି ଚୀନ୍‌ କର୍ଣ୍ଣଲଙ୍କୁ ବନ୍ଧକ ରଖିଥିଲା ଭାରତୀୟ ସେନା..?

1 min read
After India China Dispute on the border the chinese colonel was taken hostage by the indian army.

ନୂଆଦିଲ୍ଲୀ: ନୂଆଦିଲ୍ଲୀ ପୂର୍ବ ଲଦାଖର ଗାଲବାନ ଘାଟିରେ ଭାରତ ଏବଂ ଚୀନ୍‌ ସୈନିକମାନଙ୍କ ମଧ୍ୟରେ ହୋଇଥିବା ହିଂସାକାଣ୍ଡରେ ଭାରତୀୟ ସେନା ଚୀନ୍ ସେନାର ଜଣେ କର୍ଣ୍ଣେଲ ରାଙ୍କ ଅଧିକାରୀଙ୍କୁ ବନ୍ଧକ ରଖିଥିଲା । ସୂତ୍ରରୁ ପ୍ରକାଶ ଯେ ୧୦ ଜଣ ଭାରତୀୟ ସୈନିକଙ୍କୁ ମୁକ୍ତ କରିବା ପରେ ଚୀନ୍ ସେନାର କର୍ଣ୍ଣେଲଙ୍କୁ ମୁକ୍ତ କରାଯାଇଥିଲା । ଏନେଇ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ସେନା ମୁଖ୍ୟ ଜେନେରାଲ ଭି.କେ ସିଂ ମଧ୍ୟ ପୂର୍ବରୁ ସୂଚନା ଦେଇଥିଲେ । ସେ କହିଥିଲେ ଯେ, ଚୀନ୍ ଆମର ସୈନିକମାନଙ୍କୁ ଫେରାଇ ନାହିଁ, ଭାରତ ଚୀନ୍‌ର ଅନେକ ସୈନିକଙ୍କୁ ଫେରାଇ ଦେଇଛି ।

ପୂର୍ବ ଲଦାଖର ଗାଲବାନ୍ ଘାଟିରେ ଭାରତୀୟ ଏବଂ ଚୀନ୍ ସୈନିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଚୀନ୍ ସେନା ୧୦ ଜଣ ଭାରତୀୟ ସୈନିକଙ୍କୁ ବନ୍ଧକ ରଖିଥିବାବେଳେ ଭାରତୀୟ ସେନା ଚୀନ୍‌ର କର୍ଣ୍ଣେଲଙ୍କୁ କାବୁ କରିନେଇଥିଲେ । ବର୍ତ୍ତମାନ ରିପୋର୍ଟ ଅନୁଯାୟୀ, ଯେତେବେଳେ ଚୀନ୍ ସମସ୍ତ ଭାରତୀୟ ସୈନିକଙ୍କୁ ମୁକ୍ତ କଲା, ଏହାପରେ ଚୀନ୍‌ର କର୍ଣ୍ଣେଲଙ୍କୁ ମଧ୍ୟ ଭାରତ ପକ୍ଷରୁ ମୁକ୍ତ କରାଗଲା । ହେଲେ ଏନେଇ ସେନା ପକ୍ଷରୁ କୌଣସି ବିଦ୍ଧି ବଦ୍ଧ ସରକାରୀ ବିବୃତ୍ତି ଜାରି କରାଯାଇ ନାହିଁ ।

ଏହାପୂର୍ବରୁ ଭାରତୀୟ ସେନା ଗୁରୁବାର ଦିନ ଗଣମାଧ୍ୟମର ଖବରକୁ ଖାରଜ କରିଥିଲା ଯେ, ତିନି ଦିନ ପୂର୍ବେ ପୂର୍ବ ଲଦାଖର ଗାଲବାନ ଘାଟିରେ ଚୀନ୍ ସୈନ୍ୟଙ୍କ ସହ ହିଂସାତ୍ମକ ସଂଘର୍ଷ ପରେ ଭାରତର ଅନେକ ସୈନିକ ନିଖୋଜ ଥିଲେ । ସେନା ପକ୍ଷରୁ ଏକ ବିବୃତ୍ତିରେ ସ୍ପଷ୍ଟ ହୋଇଛି ଯେ, କୌଣସି ଭାରତୀୟ ସୈନିକ ନିଖୋଜ ହୋଇ ନାହାଁନ୍ତି ।

ଗତ ମେ ୫ ଏବଂ ୬ରେ ଚୀନ୍ ଏବଂ ଭାରତର ପ୍ରାୟ ୨୫୦ ସୈନିକ ଘାଟିରେ ମୁହାଁ ମୁହିଁ ହୋଇଥିଲେ ଏବଂ ଏହା ପରେ ପରିସ୍ଥିତି ଉତ୍ତେଜନା ମୂଳକ ରହିଥିଲା । ୧୯୬୨ ଭାରତ-ଚୀନ୍‌ ଯୁଦ୍ଧ ପରେ ପ୍ରଥମ ଥର ପାଇଁ ଏମିତି ହୋଇଛି, ଯେ ଭାରତୀୟ ସୈନିକମାନଙ୍କୁ ଚୀନ୍ ପକ୍ଷରୁ ବନ୍ଧକ ରଖାଯାଇଥିଲା ।

Leave a Reply