ଚାଇନାଠୁ ମୁକ୍ତ ହେବାକୁ ଟିକ୍ ଟକ୍ କରୁଛି ଉଦ୍ୟମ

1 min read
after india bans 59 chinese app ByteDance planning to move TikTok headquarters out of China

ନୂଆଦିଲ୍ଲୀ: ଭାରତ-ଚୀନ୍ ସୀମା ବିବାଦ ପରେ ଭାରତ ଦ୍ୱାରା ୫୯ ଟି ଚାଇନିଜ୍ ଆପ୍ ବ୍ୟାନ୍ କରାଯାଇଛି । ସେଥିପାଇଁ ଚାଇନିଜ୍ କମ୍ପାନିଗୁଡିକ ବହୁ କ୍ଷତି ସହୁଛନ୍ତି। କ୍ଷତି ହେତୁ ଟିକ୍ ଟକ୍ ର ପ୍ୟାରେଣ୍ଟ୍ କମ୍ପାନୀ ବାଇଟ୍ ଡାନ୍ସ ନିଜ ହେଡ୍ କ୍ୟାର୍ଟରକୁ ଚୀନ୍ ବାହାରେ ସ୍ଥାନାନ୍ତର କରିବାକୁ ଯୋଜନା କରୁଛି। ତେବେ ବିଶ୍ୱରେ ଟିକ୍ ଟକ୍ ର ତିରିଶ ପ୍ରତିଶତ ୟୁଜର୍ସ ଭାରତରେ ଅଛନ୍ତି । ଏହି ଆପକୁ ଭାରତରେ ୬୦ କୋଟିରୁ ଅଧିକ ଲୋକେ ଡାଉନଲୋଡ୍ କରିଥିଲେ । ଗତ ବର୍ଷ ବାଇଟ୍ ଡାନ୍ସ କମ୍ପାନୀ ଭାରତରେ ବ୍ୟାପକ ବିସ୍ତାର ଯୋଜନା ନେଇ ଅନେକ ବରିଷ୍ଠ ପଦବୀ ନିଯୁକ୍ତ କରିଥିଲା। କିନ୍ତୁ ଆପ୍ ବ୍ୟାନ୍ ହେବା ପରେ ବାଇଟ୍ ଡାନ୍ସ ଏହି କ୍ଷତି ପୂରଣ ପାଇଁ କମ୍ପାନୀକୁ ପୁନଃନିର୍ମାଣ କରିବାକୁ ଚିନ୍ତା କରୁଛି।

ଭାରତରେ ଟିକ୍ ଟକ୍ ବ୍ୟାନ ହେବା ପରେ ଏବେ ଆମେରିକାରେ ଏହି ଆପ୍ କୁ ବ୍ୟାନ୍ କରିବାକୁ ସଂକେତ ଦିଆଯାଇଛି । ବାଇଟ୍ ଡାନ୍ସ ଟିକ୍ ଟକ୍ ବ୍ୟବସାୟର କର୍ପୋରେଟ୍ ଢାଞ୍ଚାରେ ପରିବର୍ତ୍ତନ ଗୁଡିକର ଯୋଜନା ଚଲାଇଛି ଏବଂ ସମାନ ପର୍ଯ୍ୟାୟକୁ ଫେରିବା ପାଇଁ କମ୍ପାନୀ ଏକ ଭଲ ବିକଳ୍ପର ଚିନ୍ତା କରୁଛି ।

ଭାରତ ନିଜ ସୁରକ୍ଷା ଯୋଗୁଁ ଚୀନ୍‌ର ୫୯ ଟି ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛି। ଭାରତ ଚାଇନାର ୫୯ ଟି ଆପ୍ ବ୍ୟାନ୍ କରିବା ପରେ ଚାଇନାର ଗୋଟେ କମ୍ପାନୀ ୪୫ ହଜାର କୋଟି କ୍ଷତି ସହିଛନ୍ତି । ଏହି କମ୍ପାନୀ ହେଉଛି ଟିକ୍ ଟକ୍ ଏବଂ ହେଲୋ ର ମଦର କମ୍ପାନୀ । ଚାଇନାରେ ଥିବା ସମସ୍ତ ଆପ୍ ମଧ୍ୟରୁ ଟିକଟକ୍ ସବୁଠାରୁ ଲୋକପ୍ରିୟ ଥିଲା । ଅନେକ ସେଲିବ୍ରିଟି, ଟ୍ୱିଟର ୟୁଜର୍ସ ଟିକ୍ ଟକ୍ ବ୍ୟବହାର କରୁଥିଲେ । ସୂଚନାଯୋଗ୍ୟ ଯେ, ଏଥିପାଇଁ ବାଇଟ୍ ଡାନ୍ସକୁ ୬ ବିଲିୟନ ଡଲାରର କ୍ଷତି ହୋଇଛି ।

ରିପୋର୍ଟ ଅନୁସାରେ ଚୀନ୍ ବାହାରେ ଏହାର ନୂଆ ହେଡକ୍ୱାର୍ଟର ଗଠନ ପାଇଁ କମ୍ପାନୀର ବରିଷ୍ଠ ଅଧିକାରୀମାନେ କର୍ପୋରେଟରଙ୍କୁ ପ୍ରସ୍ତାବ ଦେଇଛନ୍ତି। ସେ କହିଛନ୍ତି ଯେ, ତାଙ୍କ ୟୁଜର୍ସମାନଙ୍କ ସୁରକ୍ଷା ବିଷୟରେ ସେମାନେ ସମ୍ପୂର୍ଣ୍ଣ ଧ୍ୟାନ ଦେବେ । ସେମାନେ  ଉପଭୋକ୍ତା, ଶ୍ରମିକ, କଳାକାରଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରିବାର ଯୋଜନା ଚଳାଇଛନ୍ତି ।

Leave a Reply