ବଢୁଛି ଯୋଶୀମଠ ଉପରେ ସଙ୍କଟ, ହୋଟେଲ ପରେ ଭାଙ୍ଗିବ ଘର

1 min read

ଉତ୍ତରାଖଣ୍ଡ : ହୋଟେଲ ପରେ ଭାଙ୍ଗିବ ଘର । ସହର ବଞ୍ଚାଇବାକୁ ଡେଞ୍ଜର ଜୋନରୁ ଘର ଭାଙ୍ଗିବ ପ୍ରଶାସନ । ଭୂ-ସ୍ଖଳନ ଯୋଗୁ ଉତ୍ତରାଖଣ୍ଡ ଯୋଶୀମଠ ଉପରେ ଦିନକୁ ଦିନ ସଙ୍କଟ ବଢ଼ିବାରେ ଲାଗିଛି । ବହୁତଳ ବିଶିଷ୍ଟ ଦୁଇ ହୋଟେଲ ଭାଙ୍ଗିବା ପରେ ପୁରା କଲୋନୀ ଭାଙ୍ଗିବାକୁ ନିଷ୍ପତ୍ତି ନିଆଯାଇଛି । ଜେପି କଲୋନୀରେ ଘରଗୁଡ଼ିକ ଅତ୍ୟଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେଗୁଡ଼ିକ ମରାମତି ଯୋଗ୍ୟ ନୁହେଁ ବୋଲି ଜଣାପଡ଼ିଛି ।

କଲୋନୀରେ ଥିବା ପ୍ରାୟ ୩୦ ଘରର କାନ୍ଥ ଓ ଚଟାଣରେ ବିରାଟକାୟ ଫାଟ ସୃଷ୍ଟି ହୋଇଛି । ଘର ଭୁଶୁଡ଼ିବା ପୂର୍ବରୁ ଏହାକୁ ଭାଙ୍ଗିବାକୁ ନିଷ୍ପତ୍ତି ହୋଇଛି । ସେପଟେ ସହରକୁ ବିପଦ ମୁହଁରୁ ରକ୍ଷା କରିବା ପାଇଁ ବିଭିନ୍ନ ସଂସ୍ଥା ପକ୍ଷରୁ ସର୍ଭେ ଜାରି ରହିଛି । ଘର ଓ ରାସ୍ତାରେ ଥିବା ଫାଟ ଠିକ କରିବା ଓ ପାଠ ଦେଇ ବହୁଥିବା ପାଣି ସମ୍ପର୍କରେ ଜାଣିବା ପାଇଁ ଏକ୍ସପର୍ଟ ଟିମ ନିରନ୍ତର ପ୍ରୟାସ ଜାରି ରଖିଛି ।