ଉଡ଼ନ୍ତା କାର ପରେ ମାର୍କେଟକୁ ଆସିଲା ଉଡ଼ନ୍ତା ବାଇକ୍; ଦାମ୍ ମାତ୍ର ୫ କୋଟି

1 min read

ନୂଆଦିଲ୍ଲୀ: ଆପଣ ଉଡନ୍ତା କାର କଥା ଶୁଣିଥିବେ । କିନ୍ତୁ ଏବେ ମାର୍କେଟକୁ ଆସିଲାଣି ଉଡନ୍ତା ବାଇକ୍ । ମଣିଷ ବର୍ତ୍ତମାନ ଫ୍ଲାଇଙ୍ଗ୍ କାରଠାରୁ ଫ୍ଲାଇଙ୍ଗ୍ ବାଇକ୍ ପର୍ଯ୍ୟନ୍ତ ଅଗ୍ରଗତି କରିଛି ।  ଜାପାନର ଏକ ଷ୍ଟାର୍ଟଅଫ କମ୍ପାନୀ ଏହି ଉଡନ୍ତା ବାଇକକୁ ମାର୍କେଟକୁ ଆଣିଛି । ଟୋକିଓ ଭିତ୍ତିକ ଡ୍ରାନ ଷ୍ଟାର୍ଟଅପ୍ ALI ଟେକ୍ନୋଲୋଜି ଦ୍ବାରା ପ୍ରସ୍ତୁତ କରାଯାଇଛି । ଏହି ଉଡନ୍ତା ବାଇକର ବୁକଂ ମଧ୍ୟ ଆରମ୍ଭ ହୋଇସାରିଛି । ତେବେ ଏହି ଉଡନ୍ତା ବାଇକର ନାମ XTURISMO ଲିମିଟେଡ ସଂସ୍କରଣ ଦିଆଯାଇଛି । ଏହି ବାଇକର ଲମ୍ବ ୩.୭ ମିଟର, ମୋଟେଇ ୨.୪ ମିଟର ଏବଂ ଉଚ୍ଚତା ୧.୫ ମିଟର । ଏହି ବାଇକ ବର୍ତ୍ତମାନ କେବଳ ଗୋଟିଏ ସିଟ୍ ଏବଂ ଏହାର ଓଜନ ୩୦୦ କିଲୋଗ୍ରାମ ରହିଛି । ଏହି ବାଇକକୁ ୪୦ ମିନିଟ ପାଇଁ ଉଡାଯାଇପାରିବ ବୋଲି କମ୍ପାନୀ ଦାବି କରିଛି । ଏହି ବାଇକ ପ୍ରତି ଘଣ୍ଟାରେ ୧୦୦ କିଲୋମିଟର ବେଗରେ ଯାଇ ପାରିବ । ଏହି ବାଇକର ମୂଲ୍ୟ ୭୭.୭ ମିଲିୟନ ୟେନ ଅର୍ଥାତ ୫.୦୯ କୋଟି ରହିଛି ।

ALI ଟେକ୍ନୋଲୋଜି ୨୬ ଅକ୍ଟୋବରରୁ XTURISMO ଲିମିଟେଡ ସଂସ୍କରଣର ବୁକଂ ଆରମ୍ଭ କରିଛି । କମ୍ପାନୀ କେବଳ ୨୦୦ ୟୁନିଟ ଫ୍ଲାଇଙ୍ଗ ବାଇକ୍ ଉତ୍ପାଦନ କରିବ ବୋଲି କମ୍ପାନୀ ତରଫରୁ କୁହାଯାଇଛି । ALIର ଏହି ଷ୍ଟାର୍ଟଅଫକୁ ମିତ୍ତୁସାଇବି ଇଲେକ୍ଟ୍ରିକ୍ ଏବଂ କାଇକେରା ଏହି ଷ୍ଟାର୍ଟଅଫକୁ ସମର୍ଥନ କରିଛନ୍ତି ।  ଏହି ବାଇକ ମାଇଣ୍ଟ ଫୁଜି ନିକଟରେ ପ୍ରଦଶର୍ନ କରାଯାଇଥିଲା । ଏହି ବାଇକ ବିଷୟରେ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡାଏସୁକେ କାଟାନୋ କହିଛନ୍ତି ଯେ ନିକଟ ଭବିଷ୍ୟତରେଏହାର ବ୍ୟବହାର ଏଭଳି ସାଇଟରେ ସୀମିତ ରହିବ । ଜାପାନର ପ୍ୟାକ୍ ହୋଇଥିବା ରାସ୍ତାରେ ଏହା ଉଡିବାକୁ ଦିଆଯିବ ନାହିଁ । ଉଦ୍ଧାରକାରୀ ଦଳ ଏହି ବାଇକକୁ କଠିନ ସ୍ଥାନରେ ପହଞ୍ଚାଇ ପାରିବେ ।

Leave a Reply