ଦୀପାବଳି ପରେ ବଢିଲା ବାୟୁ ପ୍ରଦୂଷଣ; ଅଣନିଶ୍ବାସୀ ହେଉଛନ୍ତି ଦିଲ୍ଲୀବାସୀ

1 min read

ନୂଆଦିଲ୍ଲୀ: ବିଷବଳୟରେ ରାଜଧାନୀ ଦିଲ୍ଲୀ। ଦୀପାବଳି ପରେ ଅଣନିଶ୍ବାସୀ ହୋଇପଡିଛନ୍ତି ଦିଲ୍ଲୀବାସୀ।  ବିଳମ୍ବିତ ରାତିରୁ ସାମାନ୍ୟଠାରୁ ୧୦ ଗୁଣା ଅଧିକ ପ୍ରଦୂଷିତ ହୋଇଛି ବାୟୁ । ରାଜଧାନୀ ଦିଲ୍ଲୀର ଏୟାର କ୍ବାଲିଟି ଇଣ୍ଡେକ୍ସ ଅତ୍ୟଧିକ ଖରାପ ରେକର୍ଡ ହୋଇଛି ।

ଆଜି ସକାଳୁ ରାଜଧାନୀର AQI ୩୪୨ ରେକର୍ଡ ହୋଇଛି । ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା  ସତ୍ତ୍ବେ ବାଣ ଧୂଆଁରେ ବିଷାକ୍ତ ହୋଇଛି ରାଜଧାନୀର ପବନ । ଦିଲ୍ଲୀ ପ୍ରଦୂଷଣ କଣ୍ଟ୍ରୋଲ କମିଟି ରିପୋର୍ଟ ମୁତାବକ ଜାହାଙ୍ଗିରପୁରୀରେ ବାୟୁ ଗୁଣାବତ୍ତା ସୂଚକାଙ୍କ ସାମାନ୍ୟଠାରୁ ୧୦ଗୁଣା ଖରାପ ହୋଇଛି । ନୋଏଡାରେ ବି AQI ୩୪୨ ରିପୋର୍ଟ ହୋଇଛି ।

ସେପଟେ ପ୍ରଦୂଷଣ ମାତ୍ରା କମାଇବା ପାଇଁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହେବ । ଟ୍ରାଫିକରେ ରେଡ ଲାଇଟ ଥିଲେ ଗାଡ଼ି ଷ୍ଟାର୍ଟ ବନ୍ଦ କରିବାକୁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ରେଡ ଲାଇଟ ଅନ୍, ଗାଡି ଅଫ୍ ଅଭିଯାନ ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି।