spot_img

Latest Posts

ଛାଡପତ୍ର ପରେ ସ୍ତ୍ରୀ ମଧ୍ୟ ସ୍ୱାମୀଙ୍କୁ ଦେବେ ଭରଣପୋଷଣ ବାବଦକୁ ଟଙ୍କା

ନୂଆଦିଲ୍ଲୀ: ଦେଶର ଅଧିକାଂଶ ଅଞ୍ଚଳରେ, ଛାଡପତ୍ର ପରେ ସ୍ୱାମୀ ସ୍ତ୍ରୀଙ୍କୁ ଭରଣପୋଷଣ ବାବଦକୁ ଟଙ୍କା ଦେବାକୁ ପଡିଥାଏ । କିନ୍ତୁ ମହାରାଷ୍ଟ୍ରରେ ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠି ମହିଳା ଜଣକ ତାଙ୍କ ପୂର୍ବ ସ୍ୱାମୀଙ୍କୁ ମାସିକ ଭରଣପୋଷଣ ଦେବେ । ମହାରାଷ୍ଟ୍ରର ନନ୍ଦେଡରେ ନିକଟରେ ଏକ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ସ୍ଥାନୀୟ କୋର୍ଟ ଉକ୍ତ ମହିଳାଙ୍କୁ ତାଙ୍କ ପୂର୍ବ ସ୍ୱାମୀଙ୍କୁ ରକ୍ଷଣାବେକ୍ଷଣ ପାଇଁ ମାସକୁ ୩୦୦୦ ଟଙ୍କା ଦେବେ ବୋଲି କହିଛନ୍ତି । ବର୍ତ୍ତମାନ ସେହି ନିଷ୍ପତ୍ତିକୁ ବମ୍ବେ ହାଇକୋର୍ଟ ମଧ୍ୟ ସମର୍ଥନ କରିଛନ୍ତି।

ଏହା ବ୍ୟତୀତ ପୂର୍ବ ସ୍ୱାମୀଙ୍କ ଆର୍ଥିକ ଅବସ୍ଥାକୁ ଦୃଷ୍ଟିରେ ରଖି କୋର୍ଟ ଯେଉଁଠାରେ ମହିଳା ଜଣକ ପାଠ ପଢାଉଛନ୍ତି ସେହି ବିଦ୍ୟାଳୟକୁ ନିର୍ଦ୍ଦେଶ ଦେଇଛନ୍ତି । କହିଛନ୍ତି ଯେ ସେ ପ୍ରତିମାସରେ ମହିଳାଙ୍କ ବେତନରୁ ୩୦୦୦ ଟଙ୍କା କାଟି କୋର୍ଟରେ ଜମା କରିବେ ।

ଘଟଣାଟି ହେଉଛି, ଦୁହେଁ ୧୭ ଏପ୍ରିଲ ୧୯୯୨ରେ ବିବାହ କରିଥିଲେ । ବିବାହର କିଛି ବର୍ଷ ପରେ ପତ୍ନୀ ଅଦାଲତକୁ ସ୍ୱାମୀ ତାଙ୍କ ପ୍ରତି ନିର୍ଦ୍ଦୟ ହେଉଛନ୍ତି ତେଣୁ ସେ ବିବାହ ବିଚ୍ଛେଦ କରିବାକୁ କହିଥିଲେ । ଯାହା ୨୦୧୫ ମସିହାରେ ସ୍ଥାନୀୟ କୋର୍ଟଙ୍କ ଦ୍ୱାରା ଅନୁମତି ଦେଇଥିଲେ । ଛାଡପତ୍ର ପରେ ସ୍ୱାମୀ ନାନ୍ଦେଡର ନିମ୍ନ ଅଦାଲତରେ ଏକ ପିଟିସନ ଦାଖଲ କରି କହିଥିଲେ ଯେ ତାଙ୍କ ଆର୍ଥିକ ଅବସ୍ଥା ଭଲ ନୁହେଁ ଏବଂ ପତ୍ନୀଙ୍କର ଚାକିରି ଅଛି, ଯାହାକୁ ଦୃଷ୍ଟିରେ ରଖି ସେ ପତ୍ନୀଙ୍କଠାରୁ ମାସକୁ ୧୫,୦୦୦ ଟଙ୍କା ସ୍ଥାୟୀ ଭରଣପୋଷଣ ଦାବି କରିଥିଲେ। । ସ୍ୱାମୀଙ୍କ ଯୁକ୍ତି ଥିଲା ଯେ ତାଙ୍କର ଚାକିରୀ ନଥିବା ବେଳେ ତାଙ୍କ ପତ୍ନୀ ଶିକ୍ଷିତ ।

ସ୍ୱାମୀ ଏହି ପିଟିସନ ଦାଖଲ କରିବାବେଳେ ତାଙ୍କ ପତ୍ନୀଙ୍କ ଶିକ୍ଷାରେ ତାଙ୍କର ବହୁତ ଅବଦାନ ଥିବା ଦାବି କରିଛନ୍ତି । ସେ କହିଛନ୍ତି ଯେ ତାଙ୍କ ପତ୍ନୀଙ୍କୁ ଶିକ୍ଷିତ କରିବା ପାଇଁ ସେ ତାଙ୍କର ଅନେକ ଇଚ୍ଛାକୁ ମାରି ତାଙ୍କୁ ରୋଜଗାର କରିବାକୁ ଯୋଗ୍ୟ କରିଥିଲେ । ଘରର ବିଭିନ୍ନ କାର୍ଯ୍ୟ ମଧ୍ୟ ସେ କରିଥାନ୍ତି । ସ୍ୱାମୀ ଯୁକ୍ତି କରିଛନ୍ତି ଯେ ତାଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ରହିଛି ଯେଉଁଥିପାଇଁ ତାଙ୍କ ସ୍ୱାସ୍ଥ୍ୟ ଭଲ ରହୁନାହିଁ । ଯେତେବେଳେ ତାଙ୍କ ପତ୍ନୀ ମାସକୁ ୩୦ ହଜାର ରୋଜଗାର କରନ୍ତି ।

ସ୍ୱାମୀର ଏହି ଦାବି ପରେ ତାଙ୍କ ପତ୍ନୀ କହିଛନ୍ତି ଯେ, ତାଙ୍କ ସ୍ୱାମୀଙ୍କର ଏକ କିରାଣି ଦୋକାନ ଅଛି ଏବଂ ଏକ ଅଟୋ ରିକ୍ସା ମଧ୍ୟ ଅଛି । ମହିଳା ଜଣକ କହିଛନ୍ତି ଯେ ତାଙ୍କ ସ୍ୱାମୀ ତାଙ୍କ ରୋଜଗାର ଉପରେ ନିର୍ଭରଶୀଳ ନୁହଁନ୍ତି କିନ୍ତୁ ଏହି ସଂପର୍କରେ ତାଙ୍କର ଏକ ଝିଅ ମଧ୍ୟ ଅଛି ଯିଏ ମାଆର ରୋଜଗାର ଉପରେ ନିର୍ଭରଶୀଳ । ତେଣୁ ସ୍ୱାମୀ ଦ୍ୱାରା କରାଯାଇଥିବା ଭରଣପୋଷଣର ଦାବିକୁ ପ୍ରତ୍ୟାଖ୍ୟାନ କରାଯିବା ଉଚିତ୍ ।  ତେବେ ସ୍ୱାମୀ-ସ୍ତ୍ରୀଙ୍କ ମାମଲା ଶୁଣି ୨୦୧୭ ମସିହାରେ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ମହିଳାଙ୍କୁ ତାଙ୍କ ସ୍ୱାମୀଙ୍କ ଭରଣପୋଷଣ ପାଇଁ ମାସକୁ ୩୦୦୦ ଟଙ୍କା ଦେବାକୁ ପଡିବ ।

Latest Posts

Don't Miss