ମହାପ୍ରଭୁଙ୍କ ଦର୍ଶନ କରି ପାପମୋଚନ ପାଇଁ କଂସ ମହାରାଜଙ୍କ ପ୍ରାର୍ଥନା
1 min readପୁରୀ: ଶେଷ ହୋଇଛି ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ମହାରାଜ କଂସଙ୍କୁ ହତ୍ୟା କରି ପୃଥିବୀକୁ ପାପ ମୁକ୍ତ କରିଛନ୍ତି କୃଷ୍ଣ । ଧନୁଯାତ୍ରା ଶେଷ ପରେ କଂସ ଭୁମିକାରେ ଅଭିନୟ କରୁଥିବା ଭୁବନେଶ୍ବର ପ୍ରଧାନ ପୁରୀ ଯାଇ ପାପମୋଚନ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ।
ପୁରୀରେ ପହଞ୍ଚିବା ପରେ କଂସ ମହାରାଜ ମହୋଦଧିରେ ବୁଡ଼ ପକାଇ ଥିଲେ । ଏହାପରେ ଶ୍ରୀମନ୍ଦିର ଯାଇ ଧନୁଯାତ୍ରାରେ ଅଭିନୟ ବେଳେ ଭଗବାନ କୃଷ୍ଣ-ବଳରାମଙ୍କ ପ୍ରତି କଟୁକ୍ତି କରିଥିବାରୁ କ୍ଷମା ପ୍ରାର୍ଥନା କରିଥିଲେ । ଏଗାର ଦିନ ଧରି ଚାଲିଥିବା ବରଗଡ଼ ଧନୁଯାତ୍ରାର ଗତ ରାତିରେ ଜବନିକା ପଡ଼ିବା ପରେ ଆଜି ଶ୍ରୀକ୍ଷେତ୍ରରେ ପହଞ୍ଚିଥିବା ବେଳେ ମହୋଦଧିରେ ସ୍ନାନ କରିଥିଲେ । ମହୋଦଧିରେ ସ୍ନାନ କରି ନିଜର ପଇତା ବିସର୍ଜନ ଓ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ପ୍ରଦାନ କରିଛନ୍ତି ।