ଦିଲ୍ଲୀ ପରେ ହରିୟାଣାରେ ବ୍ୟାନ୍ ହେଲା ବାଣ

ଚଣ୍ଡିଗଡ଼ : ଦିଲ୍ଲୀ ପରେ ହରିୟାଣା ସରକାର ନେଲା କଠୋର ନିଷ୍ପତ୍ତି  । ଦିଲ୍ଲୀରେ ସମ୍ପୂର୍ଣ୍ଣ ଭାବେ ବାଣ ବିକ୍ରି ଓ ବାଣ ଫୁଟାଇହା ଉପରେ ପ୍ରତିବନ୍ଧକ ଲଗାଯାଇଥିବା ବେଳେ ବର୍ତ୍ତମାନ ହରିୟାଣା ସରକାର ଏହା ଉପରେ ପ୍ରଚିବନ୍ଧକ ଲଗାଇଛନ୍ତି  । ରାଜ୍ୟର କେବଳ ୮ଟି ଜିଲ୍ଲାରେ ଦୀପାବଳି, ଗୁରୁଦିବସ, କ୍ରିସମାସ ଓ ନବବର୍ଷରେ ୨ ଘଣ୍ଟା ଯାଏ ବାଣ ଫୁଟାଇବା ପାଇଁ ଅନୁମତି ଦିଆଯାଇଥିବା ବେଳେ ଯେଉଁ ସହରର ପ୍ରଦୂଷଣ ମଧ୍ୟମ ଧରଣର ସେଠାରେ କେବଳ ସବୁଜ ବାଣ ବିକ୍ରି ଓ ଫୁଟାଇବା ପାଇଁ ଅନୁମତି ମିଳିଛି  ।

ଆସନ୍ତା ୪ ତାରିଖ ଦୀପାବଳି ଦିନ ରାତି ୮ଟାରୁ ୧୦ଟା କେବଳ ଦୁଇ ଘଣ୍ଟା ଯାଏ ବାଣ ଫୁଟାଇବା ନିମନ୍ତେ ଅନୁମତି ଦିଆଯାଇଛି  । କେବଳ ଏତିକି ନୁହେଁ ନିୟମ ଉଲଙ୍ଘନ କଲେ ଉକ୍ତ ବ୍ୟକ୍ତି ପ୍ରତି କଠୋର କାର୍ଯାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ହରିୟାଣା ସରକାର ସୂଚନା ଦେଇଛନ୍ତି  ।

ଦିଲ୍ଲୀ ପରେ ହରିୟାଣାର ୧୪ଟି ଜିଲ୍ଲାରେ ବାଣ ଉପରେ ବ୍ୟାନ୍ ଲଗାଇଦିଆଯାଇଛି  । ଏନସିଆର ସହ ୧୪ ଟି ଜିଲ୍ଲାରେ ବାଣ ବ୍ୟବହାର ଓ ବିକ୍ରି ଉପରେ ରୋକ ଲଗାଯାଇଛି  । ରାଜ୍ୟର ପ୍ରଦୂଷିତ ଜାଗାରେ ମଧ୍ୟ କୈାଣସି ବ୍ୟକ୍ତି ବାଣର ବ୍ଯବହାର କରିପାରିବେ ନାହିଁ ଏବଂ ଏଠାରେ କେବଳ ସବୁଜ ବାଣର ବ୍ୟବହାର ପାଇଁ ଅନୁମତି ମିଳିଛି  । ସବୁଜ ବାଣ ନିମନ୍ତେ ଅନୁମତି ମିଳିଥିଲେ ମଧ୍ୟ ରାଜ୍ୟ ପ୍ରବନ୍ଧନ ପ୍ରାଧିକରଣ ସଂସ୍ଥା ଏହା ଉପରେ ସମୟସୀମା ଲଗାଇଛି  । ଦୀପାବଳିରେ ଲୋକମାନେ କେବଳ ୨ ଘଣ୍ଟା ଧରି ବାଣ ଫୁଟାଇ ପାରିବେ  । ବାଣ ଫୁଟାଇବା ସମୟସୀମାରେ ପୋଲିସ ନିରୀକ୍ଷଣ ବି କରିବେ  ।

ଦୀପାବଳି, ଗୁରୁପୂର୍ଣ୍ଣିମା ଏବଂ ଛଟ୍ ପୂଜାରେ ବାଣ ବିକ୍ରି ଓ ଏହାର ବ୍ୟବହାର ଉପରେ ଗାଇଡଲାଇନ୍ ଜାରି କରିଛି  । ଏନସିଆରରେ ଆସୁଥିବା ୧୪ଟି ଜିଲ୍ଲାରେ ବାଣ ବିକ୍ରି ଓ ଫୁଟାଇବା ଉପରେ ବ୍ୟାନ ଲଗାଯାଇଛି  । ଏସବୁ ପ୍ରତିବନ୍ଧକ ସବୁଆଡ଼େ ଲାଗୁହେଉଥିବା ବେଳେ ସବୁଜ ବାଣ ଉପରେ ମଧ୍ୟ କଟକଣା ଲାଗୁ କରାଯାଉଛି  ।

ଦୀପାବଳିରେ ସବୁଜ ବାଣ ରାତି ୮ଟାରୁ ୧୦ଟା ଯାଏ ବାଣ ଫୁଟାଇହା ପାଇଁ ଅନୁମତି ଥିବାବେଳେ ଛଟ ପୂଜାରେ ସକାଳ ୬ରୁ ୮ଟା ଯାଏ ବାଣ ଫୁଟାଇପାରିବେ   । ନବବର୍ଷରେ ୧୧.୫୫ରୁ ୧୨.୩୦ ପର୍ଯ୍ୟନ୍ତ ବାଣ ଫୁଟାଇପାରିବେ  ।

ଆଗରୁ ଅନଲାଇନରେ ବାଣ ବିକ୍ରି ହେଉଥିବା ବେଳେ ବର୍ତ୍ତମାନ ଏହା ଉପରେ କଟକଣା ଲଗାଯାଇଛି  । ଅନଲାଇନ ବାଣ ବିକ୍ରି ସମ୍ପୂର୍ଣ୍ଣ ବ୍ୟାନ୍ କରାଯାଇଛି  । ଅନଲାଇନରେ ବାଣ ବିକ୍ରି ହୋଇପାରିବ ନାହିଁ ବୋଲି ଭାରତ ସରକାର ଘୋଷଣା କରିଛନ୍ତି  । ଏଥିସହ ଯେଉଁ ବ୍ୟକ୍ତି ପାଖରେ ବାଣ ବିକ୍ରିର ଲାଇସେନ୍ସ ଅଛି କେବଳ ସେ ହିଁ ବାଣ ବିକ୍ରି କରିପାରିବେ ବୋଲି ସରକାର କହିଛନ୍ତି  ।

 

Leave a Reply