କରୋନା ପରବର୍ତ୍ତୀ ଚିକିତ୍ସାରେ ଆୟୁର୍ବେଦ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ

ଭୁବନେଶ୍ୱର : କରୋନା ସଂକ୍ରମଣରୁ ସୁସ୍ଥ ହେବା ପରେ ଖାଦ୍ୟ ଏବଂ ବ୍ୟାୟାମ ପ୍ରତି ଧ୍ୟାନ ଦେବା ଆବଶ୍ୟକ । ଏସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟବାସୀଙ୍କୁ ଅବଗତ କରାଯାଇଛି । ପୁରୀସ୍ଥିତ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ଡାକ୍ତର ଜିତେନ୍ଦ୍ର ସାମଲ ଏନେଇ ମଙ୍ଗଳବାର ସୂଚନା ଦେଇଛନ୍ତି ।ଡାକ୍ତର ଜିତେନ୍ଦ୍ର କହିଛନ୍ତି ଯେ, କୋଭିଡ ସଂକ୍ରମଣରୁ ମୁକ୍ତ ହେବା ପରେ ଡାଲି ଜାତୀୟ ଖାଦ୍ୟ ଖାଇବାକୁ ଗୁରୁତ୍ୱ ଦେବା ଆବଶ୍ୟକ । ଡାଲି ହିଁ ଗରିବ ଲୋକର ମାଂସ ସଦୃଶ । ଚଣା ତଥା ସବୁ ପ୍ରକାର ଶାଗ ଖାଇବାକୁ ମଧ୍ୟ ଗୁରୁତ୍ୱ ଦେବା ଆବଶ୍ୟକ । ତଟକା ଫଳ ଖାଇବା ସହ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଉଥିବା କାଢା ସେବନକୁ ଗୁରୁତ୍ୱ ଦିଆଯାଇଛି । ସେହିପରି ଘରେ ମିଳୁଥିବା ଅଦା, ଡାଲଚିନ,ତୁଳସୀପତ୍ର, ତେଜପତ୍ର, ମିଶ୍ରି ଇତ୍ୟାଦିକୁ ବ୍ୟବହାର କରି କାଢା ପ୍ରସ୍ତୁତ କରାଯାଇପାରିବ  ବୋଲି ଡାକ୍ତର କହିଛନ୍ତି । ସେହିପରି ଉତ୍ତମ ଖାଦ୍ୟ ସହ ବ୍ୟାୟାମ ଓ ପ୍ରାଣାୟମକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।

Institute Of Life Science BBSR Warned About Second Wave Of Covid19

ଶ୍ୱାସକୁ ବାହାର କରିବା ପ୍ରକ୍ରିୟା କପାଳଭାତି ଏବଂ ନେବା ପ୍ରକ୍ରିୟାକୁ ପ୍ରାଣାୟମ ବୋଲି କୁହାଯାଇଥାଏ । ଏହାକୁ ବାଦ୍ ଦେଲେ ସକାଳୁ ସୂର୍ଯ୍ୟ ନମସ୍କାର କରିବା ଦେହ ପାଇଁ ବହୁତ ଉପାଦେୟ ବୋଲି ଡାକ୍ତର ଜିତେନ୍ଦ୍ର ସାମଲ କହିଛନ୍ତି । ଅଧିକାଂଶ ବ୍ୟକ୍ତି ମାନସିକ ଚାପରେ ରହିଥିବାରୁ ଯୋଗାଭ୍ୟାସ ଏବଂ ଉତ୍ତମ ଖାଦ୍ୟ ସେମାନଙ୍କୁ ସୁସ୍ଥତା ଆଡକୁ ନେବ । ଜ୍ୱର, କାଶ,ଛିଙ୍କ ଇତ୍ୟାଦି ଶୀତଦିନେ ହୋଇଥାଏ । ତେଣୁ ଶୀତ ଦିନେ ସମସ୍ତେ ଅଧିକ ସତର୍କ ହେବା ଆବଶ୍ୟକ ବୋଲି ଡାକ୍ତର କହିଛନ୍ତି ।

Leave a Reply