କରୋନାର ଦ୍ୱିତୀୟ ଲହର: ରାଜଧାନୀ ଦିଲ୍ଲୀ ଏକ ହଜାର ତଳେ ସଂକ୍ରମଣ

Coronavirus Good Hope New Born Baby Removed Mask From Doctors Face In UAE Photo Viral

ନୂଆଦିଲ୍ଲୀ: କରୋନାକୁ ନେଇ ଆଶ୍ୱସ୍ଥିକର ଖବର ସାମ୍ନାକୁ ଆସିବାରେ ଲାଗିଛି । କିଛିଦିନର ବ୍ୟବଧାନ ପରେ ଦେଶରେ ପୁଣି କରୋନା ସ୍ଥିତି ନିୟନ୍ତ୍ରଣରେ ଆସିବାର ନଜର ଆସିଛି । ଏଥିରେ ଆଗରେ ରହିଛି ରାଜଧାନୀ ଦିଲ୍ଲୀ । ଦିଲ୍ଲୀରେ କରୋନା ମାମଲା କମିବାରେ ଲାଗିଛି । ଏବଂ ବର୍ତ୍ତମାନ ଅନଲକ୍ ପାଇଁ ଦାବି ଜୋର ଧାରିଛି । ଦିଲ୍ଲୀର କରୋନାର ଦ୍ୱିତୀୟ ଲହରରେ ପ୍ରଥମ ଥର ପାଇଁ ଏକ ହଜାରରୁ କମ୍ ନୂଆ ପଜିଟିଭ୍ ମାମଲା ସାମ୍ନାକୁ ଆସିଛି ।
କରୋନା ସଂକ୍ରମଣ କମିବା ସହିତ ଲକଡାଉନ ହଟାଇବାରୁ ଆଶା ମଧ୍ୟ ବୃଦ୍ଧି ପାଇଛି । କେଜ୍ରିୱାଲ ସରକାର ନିଶ୍ଚିତ କରିଛନ୍ତି ଯେ କରୋନା ମାମଲା ହ୍ରାସ ହେବା ସହିତ ଧୀରେ ଧୀରେ ସମସ୍ତ କାର୍ଯ୍ୟକଳାପ ପୁଣି ଖୋଲିଦିଆଯିବ । ତେବେ ଏନେଇ କିଛି ମାତ୍ରାରେ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଗଲାଣି ।
ତେବେ କେଜ୍ରିୱାଲ କହିଛନ୍ତି ଯେ “ଗତ ୨୪ ଘଣ୍ଟାରେ ପ୍ରାୟ ୯୦୦ ମାମଲା ରେକର୍ଡ ହୋଇଛି । ଏବଂ କରୋନାର ଦ୍ୱିତୀୟ ଲହରରେ ପ୍ରଥମ ଥର ପାଇଁ ଏକ ହଜାରରୁ କମ୍ ମାମଲା ସାମ୍ନାକୁ ଆସିଛି। ତେଣୁ ଆମେ ଆଶା କରୁଛି ଯେ ମାମଲା ହ୍ରାସ ହେବା ସହ ଆମେ ଅନଲକର ପ୍ରକ୍ରିୟା ଆରମ୍ଭ କରିଦେବୁ। ଆମେ ଚାହୁଁଛୁ ଯେ, ପୁଣି ଅର୍ଥନୈତିକ ସ୍ଥରରେ ଆଉ କିଛି କ୍ଷତି ନହେଉ ।
ଅନ୍ୟପକ୍ଷରେ ଦିଲ୍ଲୀର ବ୍ୟବସାୟୀମାନେ କେଜ୍ରିୱାଲ ସରକାରଙ୍କୁ ଲକଡାଉନକୁ ହଟାଇବାକୁ ଦାବି କରିଛନ୍ତି। ତେବେ ଏନେଇ ବ୍ୟବସାୟୀମାନଙ୍କୁ ଧର୍ଯ୍ୟବାନ ହେବାକୁ କେଜ୍ରିୱାଲ ସେମାନଙ୍କୁ ନିବେଦନ କରିଛନ୍ତି । କେଜ୍ରିୱାଲ କହିଛନ୍ତି ଯେ ମୁଁ ବ୍ୟବସାୟୀଙ୍କ ଯନ୍ତ୍ରଣାକୁ ବୁଝିପାରୁଛି । “ମୁଁ ସେମାନଙ୍କୁ କହିବାକୁ ଚାହେଁ ଯେ ବହୁତ କଷ୍ଟର ସହ ଆମେ ମାସ ଦେଢ ମାସ ହେବ ଲକଡାଉନ କରି ଏହି ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଛୁ। ତେଣୁ ଟିକେ ଧର୍ଯ୍ୟ ରଖନ୍ତୁ ଅଧର୍ଯ୍ୟ ହୁଅନ୍ତୁ ନାହିଁ । ଆମେ ମଧ୍ୟ ଚାହୁଁଛୁ ଯେ ଦୋକାନ ବଜାର ଖୋଲୁ ବୋଲି ତେଣୁ ବ୍ୟସ୍ତ ହେବାର କିଛି ନାହିଁ ଧୀରେ ଧୀରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ଆମେ ସବୁକିଛି ଖୋଲିଦେବୁ । ପରିସ୍ଥିତି ସୁଧୁରିବା ପରେ ଧିରେ ଧିରେ ଶ୍ରମିକମାନେ ମଧ୍ୟ ଫେରୁଛନ୍ତି ।
ଗତକାଲି ଦୁଇଟି କାର୍ଯ୍ୟକଳାପ ଉପରେ ଦିଲ୍ଲୀ ସରକାର ଲକଡାଉନ ହଟାଇଛନ୍ତି । ସୋମବାରଠାରୁ ନିର୍ମାଣ କାର୍ଯ୍ୟ ଏବଂ କାରଖାନା ଆଦି ଖୋଲିବାକୁ ସୂଚନା ଦେଇଛନ୍ତି। କାରଣ ସବୁଠାରୁ ଗରିବ ଶ୍ରେଣୀର ଲୋକେ ହେଉଛନ୍ତି ପ୍ରବାସୀ ଶ୍ରମିକ । ଲକଡାଉନ୍ ସମୟରେ ଏମାନେ ହିଁ ସବୁଠୁ ବେଶି ସମସ୍ୟା ପଡ଼ିଥାନ୍ତି । ତେଣୁ ଧୀରେ ଧୀରେ କରୋନା ଭାଇରସ ମାମଲା କମିଲେ ଦିଲ୍ଲୀ ସରକାର ଆସନ୍ତା ସପ୍ତାହରେ ଅନ୍ୟ କିଛି କାର୍ଯ୍ୟକଳାପ ଉପରେ କୋହଳ କରିବା ନେଇ କେଜ୍ରିୱାଲ କହିଛନ୍ତି ।

Leave a Reply