ଟ୍ରମ୍ପଙ୍କ ସମ୍ଭାବ୍ୟ ରାଷ୍ଟ୍ରପତି ପ୍ରାର୍ଥିତ୍ବ ଉପରେ ରୋକ୍

1 min read

ନନ୍ଦିଘୋଷ ବ୍ୟୁରୋ: ପୁଣି ବଢ଼ିଲା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଅଡୁଆ । ଟ୍ରମ୍ପଙ୍କ ସମ୍ଭାବ୍ୟ ରାଷ୍ଟ୍ରପତି ପ୍ରାର୍ଥିତ୍ବ ଉପରେ ରୋକ୍ ଲଗାଇଛି ଆମେରିକାର ମାଇନେ ସିନେଟ । ଜାନୁଆରୀ ୨୦୨୧ କ୍ୟାପିଟଲ ହିଂସା ମାମଲାରେ ଗତ ୨୦ ତାରିଖରେ ତାଙ୍କୁ ରାଷ୍ଟ୍ରପତି ପଦ ପାଇଁ ଅଯୋଗ୍ୟ ଘୋଷଣା କରିଥିଲେ କୋଲରାଡୋ କୋର୍ଟ।

ମାଇନେ ସିନେଟ ସଚିବ ଶେନ୍ନା ବେଲୋସ କହିଛନ୍ତି- ଗତ ୨୦୨୧ ଜାନୁଆରୀ ୬ ହିଂସା ମାମଲାରେ ଟ୍ରମ୍ପଙ୍କ ପ୍ରମୁଖ ଭୂମିକା ଥିଲା ।  ଟ୍ରମ୍ପ ଯେଉଁ କାର୍ଯ୍ୟ କରିଥିଲେ ତାହାକୁ ଆମେରିକା ସମ୍ବିଧାନ ଗ୍ରହଣ କରିବ ନାହିଁ । ଆମେରିକୀୟ ସମ୍ବିଧାନର ଚତୁର୍ଦ୍ଦଶ ସଂଶୋଧନ ଧାରା ୩ ଅନୁସାରେ ଗତ ୨୦ ତାରିଖରେ ଟ୍ରମ୍ପଙ୍କ ବିରୋଧରେ ରାୟ ଦେଇଥିଲେ କୋଲରାଡୋ କୋର୍ଟ । ନିର୍ବାଚନ ଲଢ଼ିବାକୁ ଜଣେ ପୂର୍ବତନ ରାଷ୍ଟ୍ରପତିଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ଆମେରିକା ଇତିହାସରେ ପ୍ରଥମ ଘଟଣା ।