CBSE, ICSE ପରେ ବାତିଲ୍ ହେବ କି NEET ?

1 min read
After CBSE, ICSE NEET 2020 should be cancelled ?

ନୂଆଦିଲ୍ଲୀ: ସଂକ୍ରମଣରେ କେମିତି ହେବ ପରୀକ୍ଷା ? ସିବିଏସଇ ଓ ଆଇସିଏସ୍ଇ ପରେ ବାତିଲ୍ ହେବ କି ନିଟ୍ ଓ ଜେଇଇ ପରୀକ୍ଷା ? ଏ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । ବାରମ୍ବାର ବିବାଦ ମଧ୍ୟରେ ରହି ଆସୁଥିବା ପ୍ରିମିୟର ଏଣ୍ଟ୍ରାନ୍ସ ଏକଜାମ୍ ‘ନିଟ୍’ ଚଳିତ ବର୍ଷ ହୋଇନପାରେ । ଅନେକ ଛାତ୍ରଛାତ୍ରୀ ମଧ୍ୟ କରୋନା ସଂକ୍ରମଣ ଭିତରେ ନିଟ୍ ନହେବା ନେଇ ସୋସିଆଲ୍ ମିଡିଆରେ ଦାବି ଉପସ୍ଥାପନ କରିଛନ୍ତି ।

ବିଭିନ୍ନ ବୋର୍ଡ ଏକଜାମ୍ ବାତିଲ୍ ପରେ NEET ବାତିଲ୍ ନେଇ ଆଶଙ୍କା ପ୍ରକାଶ ପାଇଛି । ତେବେ, ତାମିଲାନାଡ଼ୁ ହେଲଥ ଡେଭଲପମେଣ୍ଟ ଆସୋସିଏସନର ସଭାପତି ସର୍ଗୁନମ କହିଛନ୍ତି- NEET ଏ ବର୍ଷ ନୁହଁ, ସବୁ ବର୍ଷ ପାଇଁ ରଦ୍ଦ ହେଉ ।.

ସେହିପରି ଚଳିତବର୍ଷ NEET ବନ୍ଦ ସପକ୍ଷରେ ଅଛନ୍ତି ଡକ୍ଟର ଆସୋସିଏସନ ଫର୍ ସୋସିଆଲ୍ ଇକ୍ୱାଲିଟିର ଡକ୍ଟର ରବୀନ୍ଦ୍ରନାଥ । ଚଳିତବର୍ଷ NEETକୁ ବାଦ୍ ଦିଆଯିବା ଦରକାର । ନାମଲେଖା ନେଇ ରାଜ୍ୟ ସରକାରଙ୍କ ଉପରେ ନିଷ୍ପତ୍ତି ଛାଡ଼ି ଦିଆଯିବା ଦରକାର । କେବଳ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପାଇଁ କେନ୍ଦ୍ର ସରକାର କିଛି ମେକାନିଜିମ୍ କରନ୍ତୁ । ରାଜ୍ୟ ନିଜ ହିସାବରେ ସିଟ୍ ଆବଣ୍ଟନ କରିବାକୁ ସେ କହିଛନ୍ତି ।

ଏହାରି ଭିତରେ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ସୂଚନା ପ୍ରଦାନ କରିଛନ୍ତି । ଏଣିକି ନ୍ୟାସନାଲ ଟେଷ୍ଟ ଆପ୍ ‘ଅଭ୍ୟାସ’ ହିନ୍ଦୀ ମଡ୍ୟୁଲରେ କାର୍ଯ୍ୟ କରିବ । ଜେଇଇ ମେନ୍ ଓ ନିଟ୍ ଆଶାୟୀ ଏହି ଆପ୍ ମାଧ୍ୟମରେ ଅନଲାଇନ୍ ମକ୍ ଟେଷ୍ଟରେ ମୋବାଇଲରେ ଭାଗ ନେଇପାରିବେ । ଏହା ସମ୍ପୂର୍ଣ୍ଣ ମାଗଣା ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

Leave a Reply