ଯୁବତୀଙ୍କୁ ଛୁରୀରେ ୬ଥର ଆକ୍ରମଣ

1 min read

ନୂଆଦିଲ୍ଲୀ: ମହିଳାଙ୍କ ପାଇଁ ଅସୁରକ୍ଷିତ ପାଲଟିଗଲାଣି ଦିଲ୍ଲୀ ରାଜଧାନୀ  । କିଛିଦିନ ହେବ ଦିଲ୍ଲୀରେ ମହିଳାଙ୍କ ଉପରେ ଅତ୍ୟାଚାର ବଢିବାର ଲାଗିଛି  । କେଉଁଠି ମର୍ଡର ତ କେଉଁଠି ବଳାତ୍କାର  । ସବୁ କ୍ଷେତ୍ରରେ ମହିଳାଙ୍କର ଶୋଷଣ ହେବାରେ ଲାଗିଛି  । ନିକଟରେ ଶ୍ରଦ୍ଧା ଓ୍ବାକରଙ୍କ ମର୍ଡର କେସ୍ ମନରୁ ଲିଭି ନଥିବା ବେଳେ ପୁଣି ସେମିତି ଏକ ଘଟଣା ସାମ୍ନାକୁ ଆସିଛି  । ପୁଣି ଲଭ-ଧୋକା –ହତ୍ୟାର ପୁନାରାବୃତ୍ତି ହୋଇଛି  । ଗତ ସୋମବାର ଦିନ ଦିଲ୍ଲୀର ଆଦର୍ଶ ନଗର ଅଂଚଳରେ ସେମିତି ଏକ ଘଟଣା ଘଟିଛି  । ବ୍ରେକଅପରେ ମର୍ମାହତ ହୋଇ ଯୁବକ ଜଣକ ନିଜ ପୂର୍ବତନ ପ୍ରେମିକାକୁ ୬ଥର ଛୁରୀ ଭୁଷି ଆକ୍ରମଣ କରିଛି  । ଏବଂ ସେହି ଲୋମଟାଙ୍କୁରା ଦୃଶ୍ୟଟି ସିସିଟିଭିରେ କଏଦ ହୋଇଯାଇଛି  । ଗୁରୁତର ଅବସ୍ଥାରେ ଯୁବତୀକୁ ବାବୁ ଜଗଜୀବନ ରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଯୁବତୀର ଅବସ୍ଥା ଏବେ ସ୍ଥିର ଅଛି ବୋଲି ସୂଚନା ମିଳିଛି  ।

ପୀଡିତା ଯୁବତୀ ଜଣକ ଦିଲ୍ଲୀ ୟୁନିଭରସିଟିରେ ସ୍ନାତକ ପଢୁଥିବା ବେଳେ ତାର ୫ବର୍ଷ ପୁର୍ବରୁ ସୁ୍ଖବିନ୍ଦରଙ୍କ ସହ ସଂପର୍କ ଗଢିଉଠିଥିଲା  । ସଂପର୍କକୁ ଯୁବତୀଙ୍କ ପରିବାର ସମ୍ମତି ଦେଉନଥିବାରୁ ଯୁବତୀଜଣକ ସୁଖବିନ୍ଦରଙ୍କ ସହ ଦୂରେଇବା ଆରମ୍ଭ କରିଦେଇଥିଲେ  । କିନ୍ତୁ ସୁଖବିନ୍ଦର ଏହାକୁ ସହଜରେ ଗ୍ରହଣ କରିପାରିନଥିଲେ  । ସେ ସୋମବାର ଦିନ ଯୁବତୀଙ୍କୁ ବାରମ୍ବାର ଡକାଇଥିଲା କାରଣ ସେ ଜାଣିବାକୁ ଚାହୁଁଥିଲାକି ଯୁବତୀଜଣକ ବ୍ରେକଅପ କାହିଁକି କରିଲେ  ।ଶେଷରେ ଯୁବତୀଜଣକ ନଆସିବାରୁ ସୁଖବିନ୍ଦର ଯୁବତୀଙ୍କ ଘର ପାଖ ଗଳିକୁ ଯାଇଥିଲେ  । ଏହାପରେ ଯୁବତୀ ଜଣକ ଆସିବାରୁ ତାଙ୍କ ଉପରେ ବାର ବାର କରି ୬ ଥର ଛୁରୀରେ ଆକ୍ରମଣ କରିଥିଲେ  । ଯୁବତୀଜଣକ ପଡିଯିବାରୁ ଅଭିଯୁକ୍ତ ସୁଯୋଗ ପାଇ ସେଠାରୁ ଫେରାର ହୋଇଯାଇଥିଲା  । ତେବେ ଟେକ୍ନିକାଲ ସର୍ଭେଲାନ୍ସ ତଦନ୍ତ କରି ଅଭିଯୁକ୍ତକୁ ଅମ୍ବାଲା ଠାରେ ଗିରଫ କରି ସଫଳ ହୋଇଥିଲା  ।