ଭୁବନେଶ୍ୱର ପରେ କଟକ ଏବଂ ରାଉରକେଲାରେ କରାଯିବ ସେରୋ ସର୍ଭେଲାନ୍ସ ଟେଷ୍ଟ
ଭୁବନେଶ୍ୱର: ଦ୍ୱିତୀୟ ଦିନରେ ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେଲାନ୍ସ ଟେଷ୍ଟ । ଆଜି ଦ୍ୱିତୀୟ ଦିନରେ ଭୁବନେଶ୍ୱରର ୧୦ଟି ୱାର୍ଡରେ କରାଯିବ ସେରୋ ସର୍ଭେଲାନ୍ସ ଟେଷ୍ଟ । ଏଥିପାଇଁ ଗଠିତ ହୋଇଛି ୫ଟି ସ୍ୱତନ୍ତ୍ର ଟିମ୍ । ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେଲାନ୍ସ ଭୁବନେଶ୍ୱରରେ ଗତକାଲି ଠାରୁ ଆରମ୍ଭ ହୋଇଛି । ସେରୋ ସର୍ଭେଲାନ୍ସର ଆଜି ହେଉଛି ଶେଷ ଦିନ । ତେବେ ପ୍ରଥମ ଦିନରେ ୧୫ଟି ୱାର୍ଡରୁ ସର୍ଭେଲାନ୍ସ ପାଇଁ ହୋଇଥିଲା ନମୁନା ସଂଗ୍ରହ ।
ଦ୍ୱିତୀୟ ଦିନରେ ବସ୍ତି ଓ ଅନ୍ୟ ସମ୍ବେଦନଶୀଳ ବର୍ଗ ଓ ଗୋଷ୍ଠୀର ସଦସ୍ୟଙ୍କ ଠାରୁ ରକ୍ତ ନମୁନା ସଂଗ୍ରହ କରାଯାଉଛି । ଜୁଲାଇ ଦ୍ୱିତୀୟ ସପ୍ତାହରେ ଭୁବନେଶ୍ୱରରେ ହୋଇଥିଲା ପ୍ରଥମ ପର୍ଯ୍ୟାୟ ସେରୋ ସର୍ଭେଲାନ୍ସ । ଦ୍ୱିତୀୟ ପର୍ଯ୍ୟାୟରେ ୨୫ଟି ୱାର୍ଡରୁ ମୋଟ ୧୫ ଶହ ନମୁନା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି । ଆର ଏମ୍ ଆର ସି, ବିଏମସି ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗଠିତ ହୋଇଛି ସ୍ୱତନ୍ତ୍ର ଟିମ । ଆଗକୁ କଟକ ଓ ରାଉରକେଲାରେ କରାଯିବ ସେରୋ ସର୍ଭେଲାନ୍ସ ଟେଷ୍ଟ।