spot_img

Latest Posts

India vs England 2021: କୋଭିଡ ନେଗେଟିଭ୍ ଆସିବା ପରେ ଆରମ୍ଭ ହେଲା ଟିମ୍ ଇଣ୍ଡିଆର ନେଟ୍ ପ୍ରାକ୍ଟିସ୍

ଚେନ୍ନାଇ: ଇଂଲଣ୍ଡ ବିପକ୍ଷରେ ସିରିଜ୍‌ ଖେଳିବାକୁ ଭାରତୀୟ ଟିମ୍ ପ୍ରସ୍ତୁତି ଆରମ୍ଭ କରିଛି। ଆଜିଠାରୁ ଭାରତୀୟ ଖେଳାଳି ଚେନ୍ନାଇରେ ନେଟ୍‌ ପ୍ରାକ୍ଟିସ୍ ଆରମ୍ଭ କରିଛନ୍ତି। ୬ଦିନିଆ କ୍ୱାରେଣ୍ଟାଇନ ପିରିୟଡ୍ ଶେଷ କରିବା ପରେ ଭାରତୀୟ ଖେଳାଳି ନେଟ୍‌ ପ୍ରାକ୍ଟିସ୍ ଆରମ୍ଭ କରିଛନ୍ତି।

ସୂଚନା ଅନୁଯାୟୀ ସମସ୍ତ ଖେଳାଳିଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଛି। ଏହାପରେ ଟିମ୍ ୪ଟି ମ୍ୟଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଖେଳିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। କରୋନା ଯୋଗୁ ଭାରତରେ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍‌ ଗୁଡ଼ିକ ବନ୍ଦ ରହିଥିଲା। ତେବେ ବର୍ତ୍ତମାନ ଇଂଲଣ୍ଡ ସହ ପ୍ରଥମ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍‌ ଖେଳିବାକୁ ଜୋର୍‌ଦାର୍‌ ଟିମ୍ ପ୍ରସ୍ତୁତି ଆରମ୍ଭ କରିଛି।

ଭାରତୀୟ ଖେଳାଳିଙ୍କ ପ୍ରାକ୍ଟିସ୍ ନେଇ ଆଜି ବିସିସିଆଇ ପକ୍ଷରୁ ଟ୍ୱିଟରରେ ଫଟୋ ସେୟାର କରାଯାଇଛି। ଫେବୃୟାରୀ ୫ ତାରିଖରେ ଚେନ୍ନାଇର ଚିଦାମ୍ବରମ୍‌ ଷ୍ଟାଡିୟମରେ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ପରେ ୧୩ ତାରିଖରେ ଏହି ଷ୍ଟାଡିୟମରେ ଦ୍ୱିତୀୟ ମ୍ୟାଚ୍‌ ବି ଖେଳାଯିବ। ଫେବୃୟାରୀ ୨୪ ଓ ମାର୍ଚ୍ଚ ୪ ତାରିଖରେ ହେବାକୁ ଥିବା ୩ୟ ଓ ୪ର୍ଥ ମ୍ୟାଚ୍ ଅହମ୍ମଦାବାଦ୍‌ର ସର୍ଦ୍ଦାର ପଟେଲ ଷ୍ଟାଡିୟମରେ ଖେଳାଯିବ।

Latest Posts

Don't Miss