spot_img

Latest Posts

କରୋନା ଫାଶରେ ଆଉ ଜଣେ ମୁଖ୍ୟମନ୍ତ୍ରୀ

କର୍ଣ୍ଣାଟକ: କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରୁପ୍ପା ମଧ୍ୟ କରୋନା ପଜିଟିଭ୍ ବୋଲି ଜଣାପଡିଛି । ଯଦିଓ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି। କିନ୍ତୁ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ବର୍ତ୍ତମାନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ତାଙ୍କ ଟ୍ୱିଟର ଆକାଉଣ୍ଟରେ କରୋନା ପଜିଟିଭ୍ ବୋଲି ପ୍ରକାଶ କରିଛନ୍ତି । ତେବେ ଏଭଳି ପରିସ୍ଥିତିରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ବୋଲି ଡାକ୍ତର କହିଛନ୍ତି । କିନ୍ତୁ ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଖ୍ୟମନ୍ତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଏହା ସହିତ ସେ ନିଜ ସମ୍ପର୍କରେ ଥିବା ସମସ୍ତ ଲୋକଙ୍କୁ ହୋମ ଆଇସୋଲେସନରେ ରହିବାକୁ ନିବେଦନ କରିଛନ୍ତି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛନ୍ତି, ‘ମୋର କରୋନା ରିପୋର୍ଟ ପଜିଟିଭ୍ ଆସିଛି । ଯଦିଓ ମୁଁ ସୁସ୍ଥ ଅଛି ତଥାପି ଡାକ୍ତରଙ୍କ ପରାମର୍ଶରେ ମୋତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୁଁ ଅନୁରୋଧ କରୁଛି ଯେଉଁମାନେ ମୋ ସହିତ ଯୋଗାଯୋଗ କରିଛନ୍ତି, ସେମାନେ ବର୍ତ୍ତମାନଠାରୁ ସଚେତନ ହେବା ସହ ହୋମ ଆସୋଲେସନରେ ରୁହନ୍ତୁ ।’

ପୁରୁଣା ବିମାନବନ୍ଦର ରୋଡରେ ଅବସ୍ଥିତ ମଣିପାଳ ହସ୍ପିଟାଲରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କୁ ଭର୍ତ୍ତି କରାଯାଇଛି। ସେ ୩୧ ଜୁଲାଇରେ ରାଜ୍ୟପାଳଙ୍କୁ ମଧ୍ୟ ଭେଟିଥିଲେ। ଏହାପୂର୍ବରୁ ରବିବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ କରୋନା ପଜିଟୁଭ୍ ବୋଲି ଜଣାପଡିଛି । ଏନେଇ ସେ ଟ୍ୱିଟରେ କରୋନା ପଜିଟିଭ୍ ହେବା ନେଇ ନିଜେ ସୂଚନା ଦେଇଛନ୍ତି । ଏହା ପରେ ତାଙ୍କୁ ଗୁରୁଗ୍ରାମର ମେଡାଣ୍ଟା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Latest Posts

Don't Miss