ଲଣ୍ଡନରେ ପୁନାୱାଲା ପରିବାର, ସଂକ୍ରମଣ ବଢିବାରୁ ଦେଶ ଛାଡିଲେ କି ?

ନୂଆଦିଲ୍ଲୀ: ଅଦାର ପୁନୱାଲାଙ୍କ ପରେ ପିତା ସାୟରସ ପୁନାୱାଲା ଲଣ୍ଡନରେ । ଅଦାର ପୁନୱାଲାଙ୍କ ପୁରା ପରିବାର ଏବେ ଲଣ୍ଡନରେ । ଭାରତରେ କୋଭିଡ଼ର ପ୍ରଭାବ ଜାରି ଥିବାବେଳେ କାହିଁକି ଲଣ୍ଡନକୁ ଚାଲିଗଲେ ଏତେବଡ ଭ୍ୟାକ୍ସିନ ପ୍ରସ୍ତୁତ କରୁଥିବା ପରିବାର । ତାହାକୁ ନେଇ ଏବେ ଚର୍ଚ୍ଚା ସୃଷ୍ଟି ହୋଇଛି ।

ଭାରତରେ ୯୦ ପ୍ରତିଶତ ଭ୍ୟକ୍ସିନ ବିତରଣ କରିସାରିଥିବା ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସିଇଓ ଏବଂ ତାଙ୍କ ପରିବାର ଲଣ୍ଡନ ଯିବା ପଛର କାରଣ କଣ ? ଭାରତରେ ସଂକ୍ରମଣ ବଢୁଥିବାରୁ ବିଦେଶ ଚାଲିଯାଇଥିବା ନେଇ ମଧ୍ୟ ପ୍ରଶ୍ନ ଉଠିଛି । ତେବେ ଏଭଳି ସ୍ଥିତିରେ ଟିକା ପ୍ରଦାନକାରୀ କମ୍ପାନୀର ମୁଖ୍ୟ ଦେଶ ଛାଡିବା ସାଧାରଣ ଲୋକଙ୍କ ଉପରେ ପ୍ରଭାବ ପକାଇବ ନେଇ ଅଲେକ ଗଣମାଧ୍ୟମ ପ୍ରଶ୍ନ କରିଛନ୍ତି ।

ସେପଟେ ସାଇରସ  ପୁନାୱାଲା ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ଭାରତ ଛାଡ଼ିବା ପ୍ରସଙ୍ଗରେ ଉତ୍ତର ରଖିଛନ୍ତି ସାଇରସ । ସେ କହିଛନ୍ତି ବର୍ତ୍ତମାନ ଭାରତରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ତେଣୁ ପ୍ରତିବର୍ଷ ଜୁନ ମାସରେ ଆମେ ପରିବାର ସଦସ୍ୟ ଲଣ୍ଡନ ଆସିଥାଉ । ଗ୍ରୀଷ୍ମକାଳୀନ ଛୁଟି ବିତାଇବା ପାଇଁ ଆସିଥାଉ । କେବଳ ଚଳିତ ବର୍ଷ ନୁହେଁ ପ୍ରତିବର୍ଷ ଆସିଥାଉ ବୋଲି କହିଛନ୍ତି ସାଇରସ ପୁନାୱାଲା ।

ସାଇରସ କହିଛନ୍ତି ଭାରତ ଛାଡିବା ପ୍ରସଙ୍ଗ ଭିତ୍ତିହୀନ । ଭାରତକୁ ଛାଡିବା କିଭଳି ସମ୍ଭବ ? ନିଜ ଦେଶକୁ କିଏ କଣ କେବେ ଛାଡିପାରେ ବୋଲି କହିଛନ୍ତି ସାଇରସ । ଯେହେତୁ ଗ୍ରୀଷ୍ମକାଳୀନ ଅବକାଶ ଦେଶରେ ଜାରି ରହିଛି, ତେଣୁ ଆମେ ଲଣ୍ଡନ କେବଳ ଛୁଟି ବିତାଇବା ପାଇଁ ଆସିଛୁ । ଭାରତ ଛାଡିବା ଭଳି ମିଥ୍ୟା ପ୍ରସଙ୍ଗ ପ୍ରଚାର ନକରିବା ପାଇଁ ଅନୁରୋଧ କରିଛନ୍ତି ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ଅଧ୍ୟକ୍ଷ ସାଇରସ ପୁନମୱାଲା ।

Leave a Reply