୪୬ ବର୍ଷର ଆଇନଗତ ଲଢେଇ ପରେ ମିଳିଲା ନ୍ୟାୟ

1 min read

କଟକ : ହାଇକୋର୍ଟଙ୍କ ଐତିହାସିକ ରାୟ । ପରିଣତ ବୟସରେ ବୃଦ୍ଧାଙ୍କୁ ମିଳିବ ପେନସନ । ଛୟାଳିସି ବର୍ଷର ଆଇନଗତ ଲଢେଇ ପରେ ମିଳିଲା ନ୍ୟାୟ । ୯୧ ବର୍ଷିୟ ବୃଦ୍ଧା ପାଇବେ ମୃତ ସ୍ୱାମୀଙ୍କ ପେନସନ । ସ୍ୱlମୀଙ୍କ ମୃତ୍ୟୁ ପରେ ପେନସନ ପାଇବା ପାଇଁ ଚଳାଇଥିବା ସଂଘର୍ଷରେ ଲାଗିଛି ବିରାମ, ଆସନ୍ତା ଦୁଇ ମାସ ମଧ୍ୟରେ ବୃଦ୍ଧାଙ୍କୁ ସମସ୍ତ ପ୍ରାପ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏପରି ଘଟଣା ଦେଖିବାକୁ ମିଳିଛି ପାଟଖୁରା ଡେରାବିଶ ବ୍ଲକ ପଲେଇ କନ୍ଦରପୁର ଗ୍ରାମରେ । ବୃଦ୍ଧାଙ୍କ ସ୍ୱାମୀ ବେଣୁଧର ସାହୁ ଦୁହୁରିଆ ରତ୍ନାକର ଏମି ସ୍କୁଲରେ ଚାକିରୀ କରିଥିଲେ । ଚାକିରୀ କାଳ ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଥିଲା  ।

ପରେ ପତ୍ନୀ ହୀରା ସାହୁ ପରିବାର ପ୍ରତିପୋଷଣ ନିମନ୍ତେ ସ୍ୱାମୀଙ୍କ ପେନସନ ପାଇ ଚେଷ୍ଟା କରିଥିଲେ ହେଲେ ସେ ସଫଳ ହୋଇନଥିଲେ । ଦିନ ପରେ ଦିନ ବିତିଯାଇଥିଲେ ମଧ୍ୟ ଜିଲ୍ଲା କୋର୍ଟ ଓ ଶେଷରେ ହାଇକୋର୍ଟରେ କେଶ ଚାଲିଥିଲା  । ଆଜି ମାନ୍ୟବର ଉଚ୍ଚ ନ୍ୟାୟାଳୟ ଐତିହାସିକ ରାୟ ଶୁଣାଇଛନ୍ତି  । ଯାହାକୁ ନେଇ ପରିବାର ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି  ।