spot_img

Latest Posts

୩୬ ବର୍ଷ ପରେ ବିଜୟ ମୁକୁଟ ପିନ୍ଧିଲା ଆର୍ଜେଣ୍ଟିନା, ସୁପରହିରୋ ସାଜିଲେ ମେସି

ଦୋହା:  ଏବର୍ଷର ସବୁଠାରୁ ଶ୍ରେଷ୍ଠ ଫୁଟବଲର୍‌ ପ୍ରଶ୍ନର ମିଳିଯାଇଛି ଉତ୍ତର  । ଆର୍ଜେଣ୍ଟିନାକୁ ବିଶ୍ବକପ ଜିତାଇ ଗୋଟ୍‌ ଉପାଖ୍ୟାନରେ ଏକ ପ୍ରକାର ବ୍ରେକ୍‌ ଲଗାଇଛନ୍ତି ଲିଓନେଲ ମେସି । ୨ ଥର ଚାମ୍ପିଅନ ଫ୍ରାନ୍ସକୁ ହରାଇ ଫିଫା ବିଶ୍ବକପ ଟ୍ରଫି ନିଜ ନାଁରେ କରିଛି ଆର୍ଜେଣ୍ଟିନା  । ତୃତାୟ ଥର ପାଇଁ ଫିଫା ବିଶ୍ବକପ ଜିତିଛି ଆର୍ଜେଣ୍ଟିନା  । ଏହା ପୂର୍ବରୁ ୧୯୮୬ରେ ଟାଇଟଲ ଜିତି ଆର୍ଜେଣ୍ଟିନାର ହିରୋ ସାଜିଥିଲେ ଡିଏଗୋ ମାରାଡୋନା  । ଏଥର କିନ୍ତୁ  ସୁପରହିରୋ ସାଜିଛନ୍ତି ମେସି  ।

୨୦୨୨ ଫିଫା ବିଶ୍ୱକପ୍‍ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ରୋମାଞ୍ଚକର ଲଢ଼େଇ ଦେଖିବାକୁ ମିଳିଥିଲା । ପେନାଲ୍ଟି ସୁଟ୍‌ଆଉଟ୍‌ରେ ଆର୍ଜେଣ୍ଟିନା ୪-୨ରେ ମ୍ୟାଚ ଜିତିଛି।

ଖେଳର ପ୍ରଥମ ଭାଗରେ ମେସି ଓ ମାରିଆଙ୍କ ଗୋଲ ବଳରେ ଆର୍ଜେଣ୍ଟିନା ୨-୦ରେ ଆଗୁଆ ରହିଥିଲା । ୨୩ତମ ମିନିଟରେ ଗୋଲ କରିଥିଲେ ଷ୍ଟାର ତାରକା ଲିଓନେଲ ମେସି। ୩୬ତମ ମିନିଟରେ ଗୋଲ କରି ଅଗ୍ରଣୀ ବଢ଼ାଇଥିଲେ ଅନ୍ୟତମ ତାରିକା ଖେଳାଳୀ ଡି.ମାରିଆ । ଏହା ପରେ ଏମ୍ବାପେଙ୍କ ଡବଲ ଗୋଲ ବଳରେ ସ୍ଥିତି ବରାବର କରିଥିଲା ଫ୍ରାନ୍ସ। ୮୦ ଓ ୮୨ ତମ ମିନିଟରେ ଗୋଲ ସ୍କୋର କରିଥିଲେ ଏମ୍ବାପେ। ଏହା ପରେ ଫ୍ରାନ୍ସ-ଆର୍ଜେଣ୍ଟିନା ମୁକାବିଲା ୨-୨ ସମାନ ସ୍ଥିତିରେ ରହିଥିଲା। ପରେ ଅତିରିକ୍ତ ସମୟ ଦିଆଯାଇଥିଲା । ହେଲ ଏହି ସମୟରେ କୌଣସି ଦଳ  ଗୋଲ କରିବାକୁ ସମର୍ଥ ହୋଇ  ନ ଥିଲା। ଫଳରେ ସ୍ଥିତି ବରାବାର ରହିଥିଲା । ପରେ ଆଉ ୩୦ ମିନିଟ ଅଧିକ ସମୟ ଦିଆଯାଇଥିଲା।

ଏହି ଅତିରିକ୍ତ ସମୟ ଭିତରେ ଆର୍ଜେଣ୍ଟିନାର ଅଧିନାୟକ ଲିଓନେଲ ମେସି ଗୋଲ ଦେଇଥିଲେ। କିନ୍ତୁ ଅଳ୍ପ ସମୟ ମଧ୍ୟରେ ଏମ୍ବାପ୍ପେ ଏକ ଗୋଲ ଦେଇ ଖେଳକୁ ବରାବର ସ୍ତରକୁ ଆଣିଥିଲେ। ଶେଷରେ ପେନାଲ୍ଟି ସୁଟ୍‌ ଆଉଟ୍‌ରେ ଫଳାଫଳ ବାହାର କରାଯାଇଥିଲା।

ବିଗତ ଚାମ୍ପିଅନ ଫ୍ରାନ୍ସକୁ ପରାସ୍ତ କରି ଆର୍ଜେଣ୍ଟିନା ଇତିହାସ ରଚିଛି। ଏଥି ସହିତ ଫିଫା ବିଶ୍ବକପରେ ଆର୍ଜେଣ୍ଟିନା ୩ୟ ଥର ଚାମ୍ପିଅନ ହେବାର ସ୍ବପ୍ନ ପୂରା କରିଛି। ପୂର୍ବରୁ ଆର୍ଜେଣ୍ଟିନା ୧୯୭୮ ଓ ୧୯୮୬ରେ ବିଜେତା ହୋଇଥିଲା। ଅପରପକ୍ଷେ ଫ୍ରାନ୍ସ ୧୯୯୮ ଓ ୨୦୧୮ରେ ଚାମ୍ପିଅନ୍‌ ହୋଇଥିଲା।

ଚଳିତ ବିଶ୍ବକପ୍‌ରେ ଲିଓନେଲ ମେସି ଅନ୍ୟ ଏକ ବିଶ୍ବରେକର୍ଡର ଅଧିକାରୀ ହୋଇପାରିଛନ୍ତି। ବିଶ୍ବକପରେ ପ୍ରଥମ ଖେଳାଳି ଭାବେ ସମସ୍ତ ପର୍ଯ୍ୟାୟରେ ଗୋଲ ଦେଇପାରିଛନ୍ତି। ଗ୍ରୁପ ଷ୍ଟେଜ୍‌, ରାଉଣ୍ଡ-୧୨, କ୍ବାର୍ଟର, ସେମି ଫାଇନାଲ ଓ ଫାଇନାଲରେ ସେ ଗୋଲ ଦେଇଛନ୍ତି ରେକର୍ଡ କରିଛନ୍ତି। ସେହିପରି ଲଗାତାର ୩ଟି ବିଶ୍ବକପର ନକ୍‌ଆଉଟ୍‌ରେ ଗୋଲ୍‌ କରି ଡି ମାରିଆ ମଧ୍ୟ ରେକର୍ଡ କରିଛନ୍ତି।

Latest Posts

Don't Miss