୩ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ଉଦ୍ଧାର ହେଲେ ମହାନଦୀକୁ ଖସିପଡ଼ିଥିବା ବ୍ୟକ୍ତି

1 min read

ସମ୍ବଲପୁର: ସେଲଫି ହୋଇଥାନ୍ତା ଶେଷ ସେଲଫି, ନେଇଯାଇଥାନ୍ତା ଜୀବନ । ହେଲେ ରଖେ ହରି ମାରେ କିଏ ମର୍ମରେ ଅକାତ କାତ ମହାନଦୀଗର୍ଭରୁ ଅଳ୍ପକେ ବର୍ତ୍ତିଗଲେ ନିଖୋଜ ବ୍ୟକ୍ତି । ମହାନଦୀରେ ନିଖୋଜ ବ୍ୟକ୍ତିଙ୍କୁ ୩ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ଉଦ୍ଧାର କଲା ଅଗ୍ନିଶମ ବାହିନୀ । ଉଦ୍ଧାର ବ୍ୟକ୍ତି ହେଲେସୁରେନ୍ଦ୍ର ମୋହନ ମିଶ୍ର । ସମ୍ବଲପୁର SRIT କଲୋନୀରେ ରୁହନ୍ତି । ଜିଲ୍ଲାପାଳ କାର୍ଯ୍ୟାଳୟର ଜଣେ ଅବସରପ୍ରାପ୍ତ କର୍ମଚାରୀ ବୋଲି ଜଣାପଡ଼ିଛି । ମହାନଦୀ ବ୍ରିଜ଼ ଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଏକ ବୁଦାକୁ ଧରି ପ୍ରାଣ ବଂଚାଇଛନ୍ତି ବ୍ୟକ୍ତି ଜଣଙ୍କ । ଉଦ୍ଧାର ହେଲାପରେ ସେଲ୍ଫି ନେଲା ବଳେ ଖସିପଡିଥିବା କହିଛନ୍ତି । ଅକ୍ଲାନ୍ତ ପରିଶ୍ରମ ପରେ ନଦୀ ମଝିରୁ ବ୍ୟକ୍ତି ଜଣଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ ବିଭାଗ ।