୨୧ ବର୍ଷ ପରେ ଭାରତର ସରଗମ କୌଶଲ ପିନ୍ଧିଲେ ମିସେସ୍‌ ୱାର୍ଲଡ଼ ମୁକୁଟ

ନୂଆଦିଲ୍ଲୀ: ଦେଶ ପାଇଁ ବଡ଼ ବିଜୟ । ୨୧ ବର୍ଷ ପରେ ଦେଶକୁ ମିଳିଲା ମିସେସ୍ ୱାର୍ଲଡ଼ ୨୦୨୨ ତାଜ୍ । ଭାରତର ସରଗମ କୌଶଲ ପିନ୍ଧିଲେ ବିଶ୍ବ ସୁନ୍ଦରୀର ମୁକୁଟ । ଲସ୍ ଭେଗାସ୍‌ରେ ଆୟୋଜିତ ଗାଲା ଇଭେଣ୍ଟରେ ସରଗମ ପିନ୍ଧିଲେ କ୍ରାଉନ । ୨୦୨୧ର କ୍ରାଉନ ବିଜେତା ୟୁଏସର ସେଲିନ୍ ଫର୍ଡ ମୁମ୍ବାଇ ବେସଡ଼ ସରଗମ କୌଶଲଙ୍କୁ କ୍ରାଉନ ପିନ୍ଧାଇଛନ୍ତି । ଜମ୍ମୁର ଜଣେ ଶିକ୍ଷୟିତ୍ରୀ ତଥା ମଡେଲ୍ ସରଗମ୍ । ୨୦୧୮ରେ ସେ ବିବାହ କରିଥିଲେ । ପରେ ସେ ତାଙ୍କ ପ୍ୟାସନକୁ ଫଲୋ କରିବାକୁ ଯାଇ ୨୦୨୨ ବ୍ୟୁଟି ରପିଜାଣ୍ଟ ପାଇଁ ପ୍ରସ୍ତୁତି କରିବା ସହ ଅଂଶଗ୍ରହଣ କରିଥିଲେ ।

୬୩ ଦେଶର ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ । ସମସ୍ତଙ୍କୁ ପଛରେ ପକାଇ କ୍ରାଉନ ଜିତି ବେଶ ଉତ୍ସାହିତ ହୋଇଛନ୍ତି ସରଗମ୍ । ଦେଶକୁ ଖୁବ ଭଲ ପାଉଥିବା ସେ କହିଛନ୍ତି । ୨୦୦୧ରେ ଭାରତର ଅଦିତି ଗୋଭିତ୍ରିକର ଜିତିଥିଲେ ମିସେସ୍ ୱାର୍ଲଡ଼ କ୍ରାଉନ । ୨୦୦୧ ପରେ ଏବେ ୨୦୨୨ରେ ଦେଶକୁ ମିଲିଛି କ୍ରାଉନ୍ ଆଉ ଗୌରବ ଆଣିଛନ୍ତି ସରଗମ କୌଶଲ । ୧୯୮୪ରୁ ଆରମ୍ଭ ହୋଇଥିଲା ବିବାହିତ ମହିଳାଙ୍କ ପାଇଁ ବ୍ୟୁଟି ପିଜାଣ୍ଟ ସୋ । ପ୍ରଥମେ ଏହି ଶୋର ନାଁ ମିସେସ୍ ୱିମେନ୍ ଅଫ ଦ ୱାଲ୍ଡ଼ ରଖାଯାଇଥିଲା । ପରବର୍ତ୍ତୀ ସମୟରେ ୧୯୮୮ରେ ମିସେସ୍ ୱାର୍ଲଡ଼ ନାମରେ ନାମିତ କରାଯାଇଥିଲା ।