୨୦ ବର୍ଷ ପରେ ଅଷ୍ଟ୍ରେଲିଆକୁ ବିଶ୍ବକପ ଫାଇନାଲରେ ଭେଟିବ ଭାରତ

1 min read

ନନ୍ଦିଘୋଷ ବ୍ୟୁରୋ : ଆସନ୍ତା ରବିବାର କ୍ରିକେଟ ବିଶ୍ବକପ ଗ୍ରାଣ୍ଡ ଫିନାଲେ  । ୨୦ ବର୍ଷ ପରେ ଅଷ୍ଟ୍ରେଲିଆକୁ ବିଶ୍ବକପ ଫାଇନାଲରେ ଭେଟିବ ଭାରତ । ୨୦୦୩ରେ ଦକ୍ଷିଣ ଆଫ୍ରିକାରେ ହୋଇଥିବା ବିଶ୍ବକପ ଫାଇନାଲରେ ଭାରତ-ଅଷ୍ଟ୍ରେଲିଆ ମୁହାଁମୁହିଁ ହୋଇଥିଲେ । ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ  । ହେଲେ ଭାରତୀୟ ବୋଲରଙ୍କ ଖରାପ ପ୍ରଦର୍ଶନ ଯୋଗୁ ଅଷ୍ଟ୍ରେଲିଆ 359 ରନର ବିଶାଳ ସ୍କୋର କରିଥିଲା  । ଫଳରେ ଭାରତକୁ ଫାଇନାଲରେ ପରାସ୍ତ ହେବାକୁ ପଡ଼ିଥିଲା । ସେହି ବିଶ୍ବକପର ଲିଗ୍ ମ୍ୟାଚରେ ମଧ୍ୟ ଭାରତକୁ ଶୋଚନୀୟ ଭାବେ ପରାସ୍ତ କରିଥିଲା ଅଷ୍ଟ୍ରେଲିଆ  । ମାତ୍ର ୧୨୫ ରନରେ ଅଲଆଉଟ ହୋଇ ୯ ଓ୍ବିକେଟରେ ମ୍ୟାଚ ହାରିଥିଲା ଇଣ୍ଡିଆ । ୨୦ ବର୍ଷ ପରେ ଭାରତ- ଅଷ୍ଟ୍ରେଲିଆ ଏଥର ଫାଇନାଲରେ ମୁହାଁମୁହିଁ ହେଉଛନ୍ତି  । IND vs AUS: India's Playing XI For Australia Warm Up Match In ICC T20 World  Cup 2022

ତେବେ ଚଳିତ ବିଶ୍ବକପ  ଲିଗରେ ଅଷ୍ଟ୍ରେଲିଆକୁ ଶୋଚନୀୟ ଭାବେ ପରାସ୍ତ କରିଛି ଭାରତ । ୧୯୯ ରନର ବ୍ୟବଧାନରେ ଟିମ କଙ୍ଗାରୁ ପରାଜିତ ହୋଇଛି । ଅର୍ଥାତ ଯେପରି ୨୦୦୩ ଲିଗରେ କମ ରନରେ ଭାରତକୁ ଅଷ୍ଟ୍ରେଲିଆ ଅଲଆଉଟ କରିଥିଲା ଏଥର ସେହିଭଳି ଭାବେ ଅଷ୍ଟ୍ରେଲିଆ ପରାସ୍ତ ହୋଇଛି । ତେଣୁ ଆଶା କରାଯାଉଛି ଫାଇନାଲରେ ଭାରତ ବଡ଼ ସ୍କୋର କରି ଅଷ୍ଟ୍ରେଲିଆକୁ ହରାଇବ  । ସେପଟେ ବିଶ୍ବକପ ଫାଇନାଲ ପୂର୍ବରୁ ଏୟାର ଶୋ ପ୍ରଦର୍ଶନ କରିବ ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଏରୋବେଟିକ୍ ଟିମ୍  । ଫାଇନାଲ୍ ମ୍ୟାଚ ଆରମ୍ଭ ହେବାର ଆଗରୁ ୧୦ ମିନିଟ୍ ପାଇଁ ଏୟାର ଶୋ କରାଯିବ  ।