୧୯୬୫ ଯୁଦ୍ଧ ବେଳେ ଭାରତୀୟ ସୈନିକଙ୍କୁ ହନୁମାନ କହିଥିଲେ, ମୋତେ ସାଙ୍ଗରେ ନେଇ ଚାଲ…

1 min read

ସୁରଟ- ଭାରତ-ପାକ୍ ସୀମାରେ ଏକ ଲୋକପ୍ରିୟ ଧାର୍ମିକ ସ୍ଥାନ ହେଉଛି ଭେଡିଆ ବେଟ୍ ହନୁମାନ ମନ୍ଦିର । ଯେମିତି ରାଜସ୍ଥାନର ତାନୋଟ ମାତାଙ୍କ ମନ୍ଦିର  ଯୁଦ୍ଧର ଦେବୀ ଭାବରେ ଖୁବ୍ ଜଣାଶୁଣା।  ସେହିଭଳି ପଶ୍ଚିମ ସୀମାରେ ଗୁଜୁରାଟର କୁଞ୍ଚର ରଣ ସ୍ଥିତ ବିଏସ୍ଏଫ୍ ଆଉଟପୋଷ୍ଟ ନିକଟରେ ଥିବା ଭେଡିଆ ବେଟ୍ ହନୁମାନଙ୍କ ମନ୍ଦିରର ଇତିହାସ ମଧ୍ୟ ସେନା ସହିତ ଜଡିତ । ଘଣ୍ଟିରେ ପରିପୂର୍ଣ୍ଣ ଏହି ହନୁମାନ ମନ୍ଦିରରେ ଶ୍ରଦ୍ଧାଳୁ ମାନସିକ ପୂର୍ଣ୍ଣ ହେବ ପରେ ଘଣ୍ଟି ପ୍ରଦାନ କରିଥାନ୍ତି। ଏହାକୁ ରକ୍ଷଣାବେକ୍ଷଣ ଏବଂ ପୂଜା  BSF ଦ୍ୱାରା ହୋଇଥାଏ ।

ହନୁମାନଙ୍କ ଏହି ମୁର୍ତ୍ତି ପାକିସ୍ତାନର ସିନ୍ଧ ଅଞ୍ଚଳରେ ଥିଲା। ବିଏସ୍ଏଫ୍ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଆର.ଏସ୍ ରାଥୋଡଙ୍କ କହିବା ଅନୁସାରେ ୧୯୬୫ ଯୁଦ୍ଧ ବେଳେ ଭାରତୀୟ ସେନା ସିନ୍ଧ ଭିତରକୁ ପ୍ରବେଶ କରିଥିଲା । ସେଠାରେ ଭାରତୀୟ ସୈନିକ ରହୁଥିବା ବେଳରେ ଜଣେ ସୈନିକଙ୍କୁ ହନୁମାନ ତାଙ୍କୁ ନିଜ ସହିତ ଭାରତ ନେବାକୁ ସ୍ୱପ୍ନାଦେଶ ଦେଇଥିଲେ । କୁହାଯାଏ ଯେ, ହନୁମାନ  ସେହି ସୈନିକଙ୍କୁ ‘ମୋତେ ଭାରତ ନେଇ ଚାଲ’ ବୋଲି କହିଥିଲେ । ତେଣୁ ନିଜ ଦେଶକୁ ଫେରିବା ବେଳେ ସୈନିକମାନେ  ପ୍ରଭୁ ହନୁମାନଙ୍କୁ ନିଜ ସହିତ ଆଣିଥିଲେ । ଗତ ବର୍ଷ ଏହାର ନବୀକରଣ ପରେ ଏଠାରେ ଏକ ବିଶାଳ ମନ୍ଦିର ନିର୍ମାଣ କରାଯାଇଛି।

Leave a Reply