୧୯୬୫ ଯୁଦ୍ଧ ବେଳେ ଭାରତୀୟ ସୈନିକଙ୍କୁ ହନୁମାନ କହିଥିଲେ, ମୋତେ ସାଙ୍ଗରେ ନେଇ ଚାଲ…
1 min readସୁରଟ- ଭାରତ-ପାକ୍ ସୀମାରେ ଏକ ଲୋକପ୍ରିୟ ଧାର୍ମିକ ସ୍ଥାନ ହେଉଛି ଭେଡିଆ ବେଟ୍ ହନୁମାନ ମନ୍ଦିର । ଯେମିତି ରାଜସ୍ଥାନର ତାନୋଟ ମାତାଙ୍କ ମନ୍ଦିର ଯୁଦ୍ଧର ଦେବୀ ଭାବରେ ଖୁବ୍ ଜଣାଶୁଣା। ସେହିଭଳି ପଶ୍ଚିମ ସୀମାରେ ଗୁଜୁରାଟର କୁଞ୍ଚର ରଣ ସ୍ଥିତ ବିଏସ୍ଏଫ୍ ଆଉଟପୋଷ୍ଟ ନିକଟରେ ଥିବା ଭେଡିଆ ବେଟ୍ ହନୁମାନଙ୍କ ମନ୍ଦିରର ଇତିହାସ ମଧ୍ୟ ସେନା ସହିତ ଜଡିତ । ଘଣ୍ଟିରେ ପରିପୂର୍ଣ୍ଣ ଏହି ହନୁମାନ ମନ୍ଦିରରେ ଶ୍ରଦ୍ଧାଳୁ ମାନସିକ ପୂର୍ଣ୍ଣ ହେବ ପରେ ଘଣ୍ଟି ପ୍ରଦାନ କରିଥାନ୍ତି। ଏହାକୁ ରକ୍ଷଣାବେକ୍ଷଣ ଏବଂ ପୂଜା BSF ଦ୍ୱାରା ହୋଇଥାଏ ।
ହନୁମାନଙ୍କ ଏହି ମୁର୍ତ୍ତି ପାକିସ୍ତାନର ସିନ୍ଧ ଅଞ୍ଚଳରେ ଥିଲା। ବିଏସ୍ଏଫ୍ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଆର.ଏସ୍ ରାଥୋଡଙ୍କ କହିବା ଅନୁସାରେ ୧୯୬୫ ଯୁଦ୍ଧ ବେଳେ ଭାରତୀୟ ସେନା ସିନ୍ଧ ଭିତରକୁ ପ୍ରବେଶ କରିଥିଲା । ସେଠାରେ ଭାରତୀୟ ସୈନିକ ରହୁଥିବା ବେଳରେ ଜଣେ ସୈନିକଙ୍କୁ ହନୁମାନ ତାଙ୍କୁ ନିଜ ସହିତ ଭାରତ ନେବାକୁ ସ୍ୱପ୍ନାଦେଶ ଦେଇଥିଲେ । କୁହାଯାଏ ଯେ, ହନୁମାନ ସେହି ସୈନିକଙ୍କୁ ‘ମୋତେ ଭାରତ ନେଇ ଚାଲ’ ବୋଲି କହିଥିଲେ । ତେଣୁ ନିଜ ଦେଶକୁ ଫେରିବା ବେଳେ ସୈନିକମାନେ ପ୍ରଭୁ ହନୁମାନଙ୍କୁ ନିଜ ସହିତ ଆଣିଥିଲେ । ଗତ ବର୍ଷ ଏହାର ନବୀକରଣ ପରେ ଏଠାରେ ଏକ ବିଶାଳ ମନ୍ଦିର ନିର୍ମାଣ କରାଯାଇଛି।