୧୦୦ରୁ ଅଧିକ ବର୍ଷ ପରେ ଅଲିମ୍ପିକ୍ସରେ ସାମିଲ ହେଲା କ୍ରିକେଟ୍
1 min read
ବିଶ୍ବର ଅଗଣିତ କ୍ରିକେଟପ୍ରେମୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଶେଷରେ ଅଲିମ୍ପିକ୍ସକୁ ଫେରିଛି କ୍ରିକେଟ । ୧୯୦୦ ମସିହା ପରେ ପ୍ରଥମ ଥର ପାଇଁ ୨୦୨୮ ଲସ ଏଞ୍ଜେଲସ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରାଯାଇଛି । ୧୦୦ରୁ ଅଧିକ ବର୍ଷ ପରେ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରାଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ଉଭୟ ପୁରୁଷ ଓ ମହିଳା ଟିମ୍ ଅଂଶଗ୍ରହଣ କରିବେ । ପଦକ ପାଇଁ ଛଅଟି ଟିମ୍ ମଧ୍ୟରେ ଲଢ଼େଇ ହେବ । ଏହି ଟୁର୍ଣ୍ଣାମେଣ୍ଟ ଟି-୨୦ ଫର୍ମାଟରେ ଖେଳାଯିବ । ହୋମ୍ ଟିମ୍ ଭାବେ ଆମେରିକାର ସ୍ଥାନ ପକ୍କା ହେବ ।
ଉଭୟ ମହିଳା ଓ ପୁରୁଷ ବର୍ଗରେ ୬ଟି ଟିମ୍ ମଧ୍ୟରେ ମୁକାବିଲା ହେବ । ପ୍ରତି ଟିମରେ ୧୫ ଜଣିଆ ସଦସ୍ୟ ରହିବେ । ପ୍ରତି ବର୍ଗରେ ୯୦ ଜଣ ଲେଖାଏଁ ଆଥଲେଟଙ୍କୁ ସ୍ଥାନିତ କରାଯିବ । ଲସ ଏଞ୍ଜେଲସ ୨୦୨୮ର ଅଫିସିଆଲ ପ୍ରୋଗ୍ରାମ ଗତକାଲି ଜାରି କରାଯାଇଥିଲା । ହୋମ ଟିମ୍ ଦୃଷ୍ଟିରୁ ଆମେରିକା ଏହି ଟୁର୍ଣ୍ଣାମେଣ୍ଟ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛି । କ୍ରିକେଟ ସାମିଲ ହେବା ନେଇ ସ୍ପଷ୍ଟ ହୋଇସାରିଛି । ତେବେ ଯୋଗ୍ୟତା କ୍ରାଇଟେରିଆକୁ ନେଇ କିଛି ଜଣାପଡ଼ିନାହିଁ ।