ଶେଷ ପର୍ଯ୍ୟାୟ ମତଦାନ ଆରମ୍ଭ, ୧୦ ବର୍ଷ ପରେ ଭୋଟ୍ ଦେଉଛନ୍ତି ସ୍ୱାଭିମାନ ଅଞ୍ଚଳବାସୀ

ମାଲକାନିଗିରି: ରାଜ୍ୟରେ ଚାଲିଛି ଶେଷ ତଥା ପଞ୍ଚମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ପଞ୍ଚମ ପର୍ଯ୍ୟାୟ ନିର୍ବାଚନରେ ୨୫ ଜିଲ୍ଲାର ୧୩୧ ଜିଲ୍ଲା ପରିଷଦ ଜୋନ ପାଇଁ ଭୋଟିଂ ଚାଲିଛି । ତେବେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନରେ ଭୋଟ ଦେଉଛନ୍ତି ମାଲକାନିଗିରି ସ୍ୱାଭିମାନ ଅଞ୍ଚଳବାସୀ । ୧୦ ବର୍ଷ ପରେ ଭୋଟ୍ ଦେଉଛନ୍ତି ମାଲକାନାଗିରି ସ୍ବାଭିମାନ ଅଞ୍ଚଳବାସୀ । ଗତଥର ମାଓ ହିଂସା ପାଇଁ ଏଠାରେ ଦୁଇଟି ଜିଲ୍ଲା ପରିଷଦ ଆସନରେ ନିର୍ବାଚନ ବନ୍ଦ ହୋଇଥିଲା । ନିର୍ବାଚନ ବନ୍ଦ ରହିବା ଫଳରେ ରାଜ୍ୟ ସରକାର ଏହାକୁ ଗମ୍ଭୀରତାର ସହିତ ନେଇ ମାଓ ଦମନ ଅଭିଯାନକୁ ଜୋରଦାର କରିଥିଲେ । ଏଥର ମାଓ ଗିତିବିଧି କମିବା ସହିତ ଗଣତାନ୍ତ୍ରିକ ଉତ୍ସବରେ ସାମିଲ ହୋଇପାରିଛନ୍ତି ସ୍ବାଭିମାନ ଅଞ୍ଚଳବାସୀ  । ୧୭ଟି ପଞ୍ଚାୟତରେ ୫୯ ଜଣ ସରପଞ୍ଚ ଓ ୪୧ ଜଣ ସମିତି ସଭ୍ୟ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି । ସ୍ୱାଭିମାନ ଅଞ୍ଚଳର ମୋଟ ୪୧ ହଜାର ୫୮୨ ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି  । ସ୍ୱାଭିମାନ ଅଞ୍ଚଳର ଅନେକ ବୁଥରେ ଲଞ୍ଚରେ ଯାଇ ଭୋଟ ଗ୍ରହଣ କରୁଛନ୍ତି ପୋଲିଂ ପାର୍ଟି ।

Leave a Reply