୧୦ ଘଣ୍ଟାର ପରିଶ୍ରମ ପରେ ବାରହା ଫାଶରେ ପଡିଥିବା ବାଘ ଉଦ୍ଧାର

ଢେଙ୍କାନାଳ: ଅପରେସନ ଟାଇଗର ରେସ୍କ୍ୟୁ । ୧୦ ଘଣ୍ଟାର ପରିଶ୍ରମ । ୪ ରେସ୍କ୍ୟୁ ସେଣ୍ଟରର ଶହେରୁ ଅଧିକ ବନ କର୍ମଚାରୀଙ୍କ ଝାଳବୁହା ପରିଶ୍ରମ ପରେ ବାରହା ଫାଶରେ ପଡ଼ିଥିବା ବାଘ ଉଦ୍ଧାର । ଢେଙ୍କାନାଳ ଜିଲ୍ଲା ଅସନବାହାଳି ରିଜର୍ଭ ଫରେଷ୍ଟ ମହାବିରୋଡ଼ ରେଞ୍ଜରେ ଏହି ଘଟଣା ଘଟିଥିଲା ।

ସୂଚନାଯୋଗ୍ୟ, ଅସନବାହାଳି ରିଜର୍ଭ ଫରେଷ୍ଟ ମହାବିରୋଡ଼ ରେଞ୍ଜ ଅଞ୍ଚଳରେ ବାରହା ଶିକାର ପାଇଁ ବିଛା ଯାଇଥିବା ଫାଶରେ ଏକ ବାଘ ପଡି ଯାଇଥିଲା । ଏହା ଜଣାପଡ଼ିବା ପରେ ତାକୁ ଉଦ୍ଧାର କରିବାକୁ ଭୁବନେଶ୍ଵର, କେନ୍ଦୁଝର, ଢେଙ୍କାନାଳ ଓ କପିଳାସ ରେସକ୍ୟୁ ସେଣ୍ଟରରୁ ସ୍ଵତନ୍ତ୍ର ଟିମ୍ ଆସିଥିଲେ । ମିଶନରେ ସାମିଲ ହୋଇଥିଲେ ଶହେରୁ ଅଧିକ ବନ କର୍ମଚାରୀ । ପ୍ରାୟ ୧୦ ଘଣ୍ଟାର ପରିଶ୍ରମ ପରେ ବାଘଟିକୁ ବାରହା ଫାଶରୁ ଉଦ୍ଧାର କରାଯାଇଛି ।

ଫାଶରୁ ଉଦ୍ଧାର ହେବା ପରେ ବାଘଟି ଅଚେତ ହୋଇଯାଇଛି । ବନ ବିଭାଗ ପକ୍ଷରୁ ଏବେ ବାଘଟିର ଚିକିତ୍ସା ଚାଲିଛି । ଏହାକୁ ନେଇ ଢେଙ୍କାନାଳ ଓ କେନ୍ଦୁଝର ସୀମାରେ ହାଇ ଆଲର୍ଟ ଜାରି କରାଯାଇଛି ।