ଫ୍ରିଜରେ ପ୍ରେମିକାର କଟା ଅଂଶ, ବେଡରୁମରେ ଗର୍ଲଫ୍ରେଣ୍ଡ୍ ସହ ରୋମାନ୍ସ

ନନ୍ଦିଘୋଷ ବ୍ୟୁରୋ: ଦିନରେ ଖୋଜୁଥିଲା ନୂଆ ସାଥୀ, ରାତି ଫୋପାଡୁଥିଲା ପୁରୁଣା ସାଥୀର ଅଙ୍ଗ । ପ୍ରେମ,ପ୍ରତାରଣ ଓ ହତ୍ୟାର ହରର ଷ୍ଟୋରୀ । ଯେଉଁ ଘରେ ଥିଲା ଲାସ୍ ସେଇଠି ରୋମାନ୍ସ । ହୁଏତ ଆଫତାବ୍ ଲେଖୁଥିଲା ଆଉ ଗୋଟେ ହତ୍ୟାର ସ୍କ୍ରିପଟ । ହୁଏତ ସେହି ଫ୍ରିଜ୍ ହୋଇଥାନ୍ତା ଆଉ କାହାର ଶେଷ ଠିକଣା..

 

ଫ୍ରିଜରେ ପ୍ରେମିକାର ଖଣ୍ଡ ବିଖଣ୍ଡିତ ମୃତ ଦେହ । ବେଡରୁମରେ ଗର୍ଲଫ୍ରେଣ୍ଡ ସହ ରୋମାନ୍ସ  । ରାତିରେ ପାର୍ସଲ କରୁଥିଲେ ପ୍ରେମିକାର ଶରୀର, ଦିନରେ  ଖୋଜୁଥିଲେ ନୂଆ ସାଥି  । ପ୍ରେମରେ ହରର  । ରୋମାନ୍ସ ଆଉ ପରେ ମର୍ଡର  । କଲ ସେଣ୍ଟରରୁ ଲଭ, ପରେ ଲଭଇନ୍ ରିଲେସନସିପ  । ପ୍ରେମିକାର ବିବାହ ପ୍ରସ୍ତାବକୁ ପ୍ରତ୍ୟାଖାନ  ।   ଆଉ ଜିଦ୍ କରିବାରୁ ରାସ୍ତାରୁ କଣ୍ଟା ସଫା କଲା ସଇତାନ୍ ପ୍ରେମିକ ।

ରକ୍ତାକ୍ତ ପ୍ରେମ କାହାଣୀର ଲୋମଟାଙ୍କୁରା ଘଟଣା  । ପ୍ରେମିକର କ୍ରାଇମ୍ କାରନାମା  ଶୁଣିଲେ ଡର ଲାଗୁଛି  । ବିବାହ କରିବାକୁ ଜିଦ କରିବାରୁ ପ୍ରେମିକାର ତଣ୍ଡି ଚିପି ହତ୍ୟା କଲା  । ସେତିକିରେ ବୁଝିଲାନି ମନ  । ବଜାରରୁ ଆରି କିଣିଲା  । ପ୍ରେମିକାକୁ ୩୫ ପିସ କରି ଫ୍ରିଜରେ ରଖିଲା  । ଆଉ ଦିନରେ ନୁହେଁ ପ୍ରତିଦିନ ବିଳମ୍ବିତ ରାତିରେ ଶରୀରର କିଛି ଅଂଶକୁ ପଲିଥିନରେ ନେଇ ଜଙ୍ଗଲରେ ଫିଙ୍ଗୁଥିଲା  । ହଁ ଦିଲ୍ଲୀର ଅଭିଯୁକ୍ତ ପ୍ରେମିକ ଅଫତାବ ଆମିନ ଏବଂ ମୃତକ ଶ୍ରଦ୍ଧା ୱାକରଙ୍କ ପ୍ରେମ କାହାଣୀ ଏବେ ଚକିତ କରିଛି  ।

କଲ ସେଣ୍ଟରରେ କାମ କରୁଥିବା ଶ୍ରଦ୍ଧାଙ୍କ ସହ ଡେଟିଂ ଆପରେ ଅଫତାବ ସହ ବନ୍ଧୁତା ହୁଏ  । ପ୍ରଥମେ ପ୍ରେମ ପରେ ରିଲେସନ୍ । ଶ୍ରଦ୍ଧା ହିନ୍ଦୁ , ଅଫତାବ ମୁସଲମାନ  । ପ୍ରେମକୁ ସ୍ୱୀକୃତି ଦିଅନ୍ତି ନାହିଁ ଶ୍ରଦ୍ଧାଙ୍କ ବାପା  । ଆଉ ପରେ ମୁମ୍ବାଇ ଛାଡି ଦିଲ୍ଲୀ ପଳାନ୍ତି ପ୍ରେମୀ ଯୁଗଳ  । ଉଭୟେ ମିଶି ଫ୍ଲାଟ୍ କିଣନ୍ତି  । ଏକାଠି ରୁହନ୍ତି  । ଶ୍ରଦ୍ଧା କିନ୍ତୁ ବାରମ୍ବାର ପୁନୱାଲାଙ୍କୁ ବିବାହ ପାଇଁ ଜିଦ୍ କରନ୍ତି  । ଏହାକୁ ନେଇ ଗଣ୍ଡଗୋଳ ହୁଏ  । ମେ ୧୮ରେ ଶ୍ରଦ୍ଧାଙ୍କ ତଣ୍ଟିଚିପି ହତ୍ୟାରେ ନିଷ୍ଠୁର ପ୍ରେମିକ ଅଫତାବ  । ପ୍ରେମିକାର ଶରୀରକୁ ଲୁଚାଇବା ପାଇଁ ମାର୍କେଟରୁ ନୂଆ ଆରି କିଣି ୩୫ ଖଣ୍ଡ କରେ  । ଦୁର୍ଗନ୍ଧ ନବାହାରିବା ପାଇଁ ଫ୍ରିଜ କିଣି ମୃତ ଦେହକୁ ସାଇତି ରଖେ   ।

ହତ୍ୟା ପରେ ବି ପଶ୍ଚାତାପ ନଥିଲା  । ହସଖୁସିରେ ରହୁଥିଲା  । ଦିନରେ ନୂଆ ଝିଅଙ୍କୁ ବେଡ ରୁମକୁ ଆଣୁଥିଲା  । ଆଉ ରାତି ହେଲେ ଫ୍ରିଜରେ ଥିବା ପ୍ରେମିକାର କଟା ଅଂଶକୁ ପଲିଥିନରେ ପ୍ୟାକ କରୁଥିଲା  । ସୁଯୋଗ ଦେଖି ରାତି ୨ଟାରେ ନିକଟସ୍ଥ ଜଙ୍ଗଲରେ ଫିଙ୍ଗୁଥିଲା  ।  ଚାଲାକି ପ୍ରେମିକ ପୁଣି ଗୋଟିଏ ସ୍ଥାନରେ ଶରୀରର ଖଣ୍ଡକୁ ଫିଙ୍ଗୁନଥିଲା  । ପ୍ରତଚିଦିନ ସ୍ଥାନ ବଦଳାଉଥିଲା  । ଆଉ ଏଥିପାଇଁ ଆଫତବକୁ ଲାଗିଯାଇଥିଲା ୧୮ ଦିନ  । ସାଙ୍ଗର ସନ୍ଦେହକୁ ନେଇ ଶ୍ରଦ୍ଧାକୁ ଖୋଜିଥିଲା ପୋଲିସ  । ଥାନାରେ ନିଖୋଜ ଏତଲା ଦେଇଥିଲେ ଶ୍ରଦ୍ଧାଙ୍କ ବାପା  । ଆଉ ହତ୍ୟାର ୫ମାସ ପରେ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି ଦିଲ୍ଲୀ ପୋଲିସ  ।

ଶ୍ରଦ୍ଧାଙ୍କ ଶରୀରର ୧୫ଟି ହାଡକୁ ପାଇଛି ପୋଲିସ  । ରିମାଣ୍ଡରେ ଯାଇ କ୍ରାଇମ ସିନ ବଖାଣୁଛି ଅଭିଯୁକ୍ତ ଅଫତାବ  । ଜଙ୍ଗଲରେ ଦେଖାଉଛି ଶ୍ରଦ୍ଧାଙ୍କ ଶରୀର  । ଆଉ କହୁଛି ଆମେରିକାର କ୍ରାଇମ୍ ସୋ ଡେକ୍ସଟର ଦେଖି ରଚିଥିଲି ମର୍ଡର ପ୍ଲାନ  ।