ଭାରତ-ପାକିସ୍ତାନ ମ୍ୟାଚ ସମୟରେ ଖେଳାଳିଙ୍କ ବନ୍ଧୁତ୍ବକୁ ନେଇ ଗମ୍ଭୀରଙ୍କ ପ୍ରତିକ୍ରିୟା ଉପରେ ଜବାବ ରଖିଲେ ଆଫ୍ରିଦ୍

1 min read

ନୂଆଦିଲ୍ଲୀ: ଏସିଆ କପର ଲିଗ ମ୍ୟାଚରେ ଭାରତ-ପାକିସ୍ତାନ ମ୍ୟାଚର କୌଣସି ଫଳାଫଳ ମିଳିନଥିଲା । ଭାରତ ପ୍ରଥମେ ବ୍ୟାଟିଂ କରିଥିବାବେଳେ ପାକିସ୍ତାନ ବ୍ୟାଟିଂ ପୂର୍ବରୁ ବର୍ଷା ମ୍ୟାଚରେ ବାଧକ ସାଜିଥିଲା । ତେବେ ଉଭୟ ଦେଶର ଖେଳାଳିଙ୍କ ବନ୍ଧୁତ୍ବପୂର୍ଣ୍ଣ ଫଟୋ ଏବଂ ସୋସିଆଲି ମିଡିଆରେ ଭାଇରାଲ ହୋଇଥିଲା । ଏକ ଜାତୀୟ ଗଣମାଧ୍ୟମରେ ଏହାକୁ ନେଇ ନିଜର ପ୍ରତିକ୍ରିୟା ଦେଇଥିଲେ ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ସହଜରେ ଗ୍ରହଣ କରିପାରିନଥିଲେ । ସେ କହିଥିଲେ କି ପଡ଼ିଆ ଥିବାବେଳେ ଆକ୍ରୋଶ ହେବା ଆବଶ୍ୟକ । ମଇଦାନରୁ ଆସିବା ପରେ ତୁମେ ବନ୍ଧୁ ହୋଇପାରିବ । ଯାହାକୁ ନେଇ ୟୁଜର୍ସମାନେ ମଧ୍ୟ ଭିନ୍ନ ଭିନ୍ନ ମତ ଦେଇଥିଲେ । ତେବେ ଏହାରି ଭିତରେ ପାକିସ୍ତାନର ପୂର୍ବତନ ଅଧିନାୟକ ସାହିଦ ଆଫ୍ରିଦ୍ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି କି, ଆମେ କ୍ରିକେଟର ସାଙ୍ଗକୁ ଆମ୍ବାସଡର । ଆମର ସମଗ୍ର ବିଶ୍ବରେ ଫ୍ୟାନ୍ସ ଅଛନ୍ତି । ଏଣୁ ଆମେ ପ୍ରେମ ଏବଂ ସମ୍ପର୍କର ବାର୍ତ୍ତା ଦେବା ଉଚିତ୍ । ହଁ ପଡ଼ିଆରେ ଆକ୍ରମଣାତ୍ମକ ହେବା ଉଚିତ୍ । କିନ୍ତୁ ଏହା ବାହାରେ ମଧ୍ୟ ଆମର ଗୋଟେ ଜୀବନ ରହିଛି ।