ଆଫ୍ରିକାର ୫୫ ଦେଶ ଭିତରୁ ୧୦ଙ୍କ ପାଖରେ ନାହିଁ ଭେଣ୍ଟିଲେଟର, ଦକ୍ଷିଣ ସୁଦାନରେ ଭେଣ୍ଟିଲେଟର ସଂଖ୍ୟା ଉପରାଷ୍ଟ୍ରପତିଙ୍କ ସଂଖ୍ୟାଠାରୁ କମ !

କେପଟାଉନ:  କରୋନା ଭାଇରସ କାରଣରୁ ବିଶ୍ୱରେ ସାନିଟାଇଜର,ମାସ୍କ ଓ ମେଡିକାଲ ଉପକରଣ ଅଭାବ ସୃଷ୍ଟି ହୋଇଛି । ଆମେରିକା,ଇଟାଲି ଭଳି ଦେଶଙ୍କ ପାଖରେ ଏହି ଭୂତାଣୁର ମୁକାବିଲା ପାଇଁ ଆବଶ୍ୟକ ଭେଣ୍ଟିଲେଟର ନାହିଁ । ଏମିତିରେ ଦୁନିଆର ସବୁଠୁ ଗରିବ ମହାଦେଶ ଆଫ୍ରିକା କଥା ନକହିବା ହିଁ ଭଲ । ଆଫ୍ରିକାର ମୋଟ ୫୫ ଦେଶଙ୍କ ମଧ୍ୟରୁ ୧୦ଟି ଦେଶ ପାଖରେ ବିଲକୁଲ ଭେଣ୍ଟିଲେଟର ନାହିଁ ।

ସୁଦାନରେ ୫ ଉପରାଷ୍ଟ୍ରପତି,୪ ଭେଣ୍ଟିଲେଟର

ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଆଫ୍ରିକାର ୪୧ ଦେଶର କୋଟିକୋଟି ଲୋକଙ୍କ ପାଇଁ ମାତ୍ର ୨ ହଜାର ଭେଣ୍ଟିଲେଟର ରହିଛି ।  ଆଫ୍ରିକାର ଗମ୍ଭୀର ପରିସ୍ଥିତି ଏଇଥିରୁ ଅନୁମାନ କରାଯାଇପାରେ ଯେ, ଏକ କୋଟି ଜନସଂଖ୍ୟାର ଦେଶ ଦକ୍ଷୀଣ ସୁଦାନରେ ମାତ୍ର ୪ଟି ଭେଣ୍ଟିଲେଟର ରହିଛି । ସବୁଠାରୁ ହାସ୍ୟସ୍ପଦ କଥା ହେଲା ସୁଦାନରେ ଉପରାଷ୍ଟ୍ରପତିଙ୍କ ସଂଖ୍ୟା ହେଉଛି ୫ । ମାନେ ଯଦି କରୋନା ଦ୍ୱାରା ୫ ଜଣ ଉପରାଷ୍ଟ୍ରପତି ଆକ୍ରାନ୍ତ ହୁଅନ୍ତି ତେବେ ଜଣଙ୍କୁ ଭଗବାନଙ୍କ ଭରସା ଛଡାଯିବ । କାରଣ ତାଙ୍କ ପାଇଁ ଭେଣ୍ଟିଲେଟର ହିଁ ନାହିଁ ।

ସେଣ୍ଟ୍ରାଲ ରିପବ୍ଲିକରେ ୩ ଭେଣ୍ଟିଲେଟର !

ସେହିଭଳି ୫୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସେଣ୍ଟ୍ରାଲ ରିପବ୍ଲିକରେ ମାତ୍ର ୩ଟି ଭେଣ୍ଟିଲେଟର ଅଛି ।  ଲାଇବେରିଆରେ କେବଳ ୬ ଭେଣ୍ଟିଲେଟର ରହିଛି । ସେହିପରି ବୁରକିନା ଫାସୋର ଦୁଇ କୋଟି ଲୋକଙ୍କ ପାଇଁ ଅଛି ୧୧ ଭେଣ୍ଟିଲେଟର ।  ଖାଲିଯେ, ଭେଣ୍ଟିଲେଟର ଆଫ୍ରିକୀୟ ଦେଶଙ୍କ ପାଇଁ ବଡ ସମସ୍ୟା ତା’ ନୁହେଁ । ଏହି ମହାଦେଶରେ ସାନିଟାଇଜରଠାରୁ ସାବୁନ,ମାସ୍କ ସବୁକିଛିର ଅଭାବ ରହିଛି ।

ଆଫ୍ରିକାରେ ଦୃତଗତିରେ ବୃଦ୍ଧି ପାଉଛି କରୋନା

ବାକି ଦୁନିଆ ଭଳି ଆଫ୍ରିକାରେ ମଧ୍ୟ ଟେଷ୍ଟିଂର ସ୍ତର ବହୁତ ଖରାପ । ଅନେକ ଦେଶରେ ଏବେ କରୋନା ତୀବ୍ରଗତିରେ ବୃଦ୍ଧି ପାଉଛି । ଶୁକ୍ରବାରର ଏକ ରିପୋର୍ଟ ଅନୁସାରେ ଗିନିରେ ପ୍ରତି ୬ ଦିନରେ ସଂକ୍ରମଣ ଦୁଇଗୁଣ ବୃଦ୍ଧି ପାଉଛି । ଦ.ଆପ୍ରିକାରେ ଏପର୍ଯ୍ୟନ୍ତ ୨୬ଶହ ମାମଲା ସାମ୍ନାକୁ ଆସିଛି

 

 

Leave a Reply