କାଲି ଥିଲେ ମନ୍ତ୍ରୀ ଆଜି ପିଜା ଡେଲିଭରୀ ବୟ…

1 min read

ଦେଶ ଉପରେ ପଡିଲା ସଂଙ୍କଟ । ଦୀର୍ଘ ୨୦ ବର୍ଷ ପରେ ଆଫଗାନିସ୍ତାନରେ ଆରମ୍ଭ ହେଲା ଆତଙ୍କରାଜ । ତାଲିବାନର କ୍ଷମତା ଦଖଲ ପରେ ସବୁକିଛି ଓଲଟ ପାଲଟ ହୋଇଯାଇଛି । ଦେଶବାସୀଙ୍କ ଉପରେ ବିପଦର କଳାବାଦଲ ଘୋଟିଆସିଛି । ସମସ୍ତଙ୍କ ମନରେ ଗୋଟିଏ ଡର କେମିତି ରହିବେ ସୁରକ୍ଷିତ । କେମିତି ବଂଚିବେ ଏହି ରାକ୍ଷାସଙ୍କ କବଳରୁ ।  ଏହି ଡର କେବଳ ସାଧାରଣ ଜନତାଙ୍କ ମନରେ ନୁହେଁ ନେତା,ମନ୍ତ୍ରୀ,କ୍ଷମତାଶୀଳ ବ୍ୟକ୍ତି ସମସ୍ତଙ୍କ ଭିତରେ ଦେଖିବାକୁ ମିଳିଛି । ଆଉ ସେଇଥିପାଇଁ ତ ତାଲିବାନ କବଜା ସମୟରେ ରାଷ୍ଟ୍ରପତି ଅସରଫ ଗନିଙ୍କ ସମେତ ଅନେକ ନେତା ମନ୍ତ୍ରୀ ଦେଶ ଛାଡି ପଳାୟନ କରିଛନ୍ତି । ସମସ୍ତେ ଭାବୁଥିବେ ଦେଶ ଛାଡି ପଳାଇବା ପରେ ସେମାନେ ନିଶ୍ଚୟ ଅନ୍ୟ କେଉଁଠି ଖୁବ ବିଳାଶପୂର୍ଣ୍ଣ ଜୀବନ ଯାପନ କରୁଥିବେ । କିନ୍ତୁ ଆଜିର ଏହି ଚିତ୍ର ଦେଖିଲେ ଠିକ୍ ବୁଝାପଡିଯିବ ଯେ ପେଟ ପୋଷିବା ପାଇଁ ନେତା ବି କେଉଁଭଳି କାମ କରିବାକୁ ବାଧ୍ୟ ହେଉଛନ୍ତି ।

ଦିନେ ଯିଏ ସୁଟ୍ ବୁଟରେ ସୁରକ୍ଷା ଘେରରେ ମିଟିଂ ଆଟେଣ୍ଡ୍ କରୁଥିଲେ ଏବେ  ଦୁଆର ଦୁଆର ବୁଲି ପିଜା ଡେଲିଭର୍ କରୁଛନ୍ତି । କଣ ବିଶ୍ୱାସ ହେଉନି ନା । କିନ୍ତୁ ଏହା ହିଁ ସତ । ଆଫଗାନ ସରକାରରେ ଦିନେ ଯିଏ ସୂଚନା ଓ ଯୋଗାଯୋଗ ମନ୍ତ୍ରୀ ଭାବେ କାମ କରୁଥିଲେ ସେ ଆଜି ପିଜା ଡେଲିଭରୀ ବୟ ପାଲଟିଛନ୍ତି । ଥରେ ଭାବିଲେ କେନ୍ଦ୍ର ମନ୍ତ୍ରୀ ଭାବେ ଦେଶର ବଡ ବଡ ନିଷ୍ପତ୍ତି ନେଉଥିବା ଏହି ବ୍ୟକ୍ତି ସୟଦ ଅହମଦ୍ ସାହ୍ ସାଦତ୍ ଦେଶ ଛାଡିବା ପରେ କେଉଁ ଭଳି କାମ କରୁଛନ୍ତି । ସେ କଣ କେବେ ଚିନ୍ତା ବି କରିଥିବେ ଦେଶ ଛାଡିବା ପରେ ତାଙ୍କୁ ପିଜା ବିକ୍ରି କରି ଚଳିବାକୁ ପଡିବ ।

ସୂଚନା ମୁତାବିକ ଆଫଗାନିସ୍ତାନରୁ ଜୀବନ ବିକଳରେ ପଳାୟନ କରିଥିବା ସାୟଦ୍ ଅହମଦ୍  ଏବେ ଜର୍ମାନୀରେ ଅଛନ୍ତି । ତାଲିବାନର ଆତଙ୍କ ରାଜ୍ ଆରମ୍ଭ ହେବା ପୂର୍ବରୁ ପାଖାପାଖି ବର୍ଷେ ଆଗରୁ ହିଁ ମନ୍ତ୍ରୀ ନିଜ ପଦବୀରୁ ଇସ୍ତଫା ଦେଇଦେଇଥିଲେ । ଆଉ ଶାସନଗାଦି ତାଲିବାନଙ୍କ ହାତକୁ ଯିବା ସମୟରେ ସେ ଦେଶ ଛାଡି ପଳାୟନ କରିଥିଲେ । ତେବେ ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ ମନ୍ତ୍ରୀ ସାୟଦ୍ ଅହମଦଙ୍କର ଏହି ଫୋଟ ଏବେ ସବୁଠି ଭାଇରାଲ୍ ହେଉଛି । ସେ ଜର୍ମାନୀର ଜିପଜିଙ୍ଗରେ ସାଇକେଲରେ ପିଜା ବିକ୍ରି କରୁଥିବାର ଏହି ଫୋଟକୁ ଦେଖି ସମସ୍ତେ ଆଚମ୍ବିତ ।

ଉଚ୍ଚ ଶିକ୍ଷିତ ସୟଦ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ କମ୍ୟୁନିକେସନସରେ MScs କରିଛନ୍ତି । ଗତ ୨୩ ବର୍ଷ ମଧ୍ୟରେ ସେ ବିଶ୍ୱର ବିଭିନ୍ନ ୧୩ଟି ସହରରେ ସେ ଅଲଗା ଅଲଗା କାମ କରିଛନ୍ତି । କିନ୍ତୁ ପିଜା ଡେଲିଭରି କାମ ସେ ଗତ ଦୁଇ ମାସ ହେଲା ପ୍ରଥମ ଥର ପାଇଁ କରୁଛନ୍ତି । ଏକ ନ୍ୟୁଜ୍ ଏଜେନ୍ସି ସହିତ କଥା ହୋଇ ସେ କହିଛନ୍ତି ଯେ, ଡିସେମ୍ବର ୨୦୨୦ରେ ସେ ଦେଶ ଛାଡିବା ପରେ ଜର୍ମାନୀ ଆସିଥିଲେ । କିନ୍ତୁ ଜର୍ମାନୀ ଭାଷା ଜାଣିନଥିବାରୁ ତାଙ୍କୁ କୌଣସି କାମ ମିଳିନାହିଁ । ଏବେ ପିଜା ଡେଲିଭରି କରିବା ପଛରେ ଗୋଟିଏ କାରଣ ରହିଛି ଆଉ ତା’ହେଲେ ଜର୍ମାନୀ ଭାଷା ଶିଖିବା । ସହରର ଅଲଗା ଅଲଗା ଅଂଚଳରେ ବୁଲି ବୁଲି ପିଜା ବାଣ୍ଟି ସେ ଲୋକଙ୍କ ସହିତ  ମିଶିବା ସହ ଭାଷା ମଧ୍ୟ ଶିଖୁଛନ୍ତି ବୋଲି କହିଥିଲେ ।

ଯେଉଁଠି ନେତା ମନ୍ତ୍ରୀଙ୍କର ଅବସ୍ଥା ଏହିଭଳି ହେଉଛି । ତାହାଲେ ଥରେ ଭାବିଲେ ଦେଖି ସେହି ସ୍ଥାନରେ ଏ ପଯ୍ୟନ୍ତ ଅଟକି ରହିଥିବା ଆଫଗାନୀଙ୍କର ଅବସ୍ଥା କଣ ହେଉଥିବ । ସେମାନଙ୍କ ପାଖରେ ନା ଅଛି ସରକାରଙ୍କର ସହାୟତା ନା ଅନ୍ୟ କେଉଁ ଦେଶର । କେଉଁଠିକୁ ଯିବେ କେମିତି ଚଳିବେ ସେହି ଦ୍ୱନ୍ଦରେ କଟୁଥିବ ସେମାନଙ୍କର ଦିନ । ଏମିତିରେ ବି ତାଲିବାନିଙ୍କ ଦଖଲ ପରେ ଆଫଗାନିସ୍ତାନର ରାଜଧାନୀ କାବୁଲରେ ପ୍ରତ୍ୟେକ ଦିନ କିଛି ନା କିଛି ଅଘଟଣ ଘଟୁଛି । ଦେଶର ରାଷ୍ଟ୍ରପତି ବି ପଳାୟନ କରି ଆରବରେ ଅଛନ୍ତି । କିନ୍ତୁ ଦେଶବାସୀଙ୍କୁ ମଝି ଦରିଆରେ ଭସାଇଦେଇ ଏକ ସମ୍ବେଦନଶୀଳ କଥା କହିଦେଇ ଚାଲିଯାଇଛନ୍ତି ଘନି । ତାଙ୍କ ମତରେ ଯଦି ସେ ଦେଶରେ ରହିଥାନ୍ତେ ତେବେ ଆଫଗାନିସ୍ଥାନର ମାଟିରେ ରକ୍ତପାତ ବେଶି ହୋଇଥାନ୍ତା । ଯାହା ସେ କଦାପି ଦେଖିପାରିନଥାନ୍ତେ । ଅନ୍ୟପଟେ କାବୁଲ ଏୟାରପୋର୍ଟରୁ ଆମେରିକା,ବ୍ରିଟେନ, ଭାରତ ନିଜ ଦେଶର ନାଗରିକଙ୍କ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି

Leave a Reply