ଝିଅଙ୍କ ପାଠପଢା ବ୍ୟାନ୍ କରିଥିଲା ତାଲିବାନ, ହେଲେ ଆଖିରେ ଧୂଳିଦେଇ ଏମଟେକ୍ ପାସ୍ କଲେ…

1 min read

ନୂଆଦିଲ୍ଲୀ: ଦୃଢ ଇଚ୍ଛା ଶକ୍ତି ଓ ସାହାସ ଥିଲେ ସବୁ କିଛି ସମ୍ଭବ ହୋଇପାରିବ । ଏହି ଉକ୍ତିକୁ ସତ ଜୀବନରେ କରି ଦେଖାଇଛନ୍ତି ଆଫଗାନିସ୍ତାନର ଝିଅ । ଆଫଗାନିସ୍ତାନକୁ ଅକ୍ତିଆର କରିବା ପରେ ଝିଅଙ୍କ ପାଠପଢାକୁ ବ୍ୟାନ୍ କରିଥିଲା ତାଲିବାନ । କିନ୍ତୁ ୨୬ ବର୍ଷୀୟା ବେହିସ୍ତା ଖେରୁଦ୍ଦିନ ତାଲିବାନକୁ ଚକମା ଦେଇ କେମିକାଲ୍ ଇଞ୍ଜିନିୟରିଂରେ ଏମଟେକ୍ କରିଛନ୍ତି । ବେହିସ୍ତାଙ୍କ ପାଇଁ ତାଲିବାନଙ୍କୁ ଚକମା ଦେବା ଜମାରୁ ସହଜ ନଥିଲା । ଏଥିପାଇଁ ସେ ଉତ୍ତର ଆଫଗାନିସ୍ତାନର ନିଜ ଘରେ ଏକ ସିକ୍ରେଟ୍ ଲ୍ୟାବ ବନାଇଥିଲେ ।

ଦୁଇ ବର୍ଷ ଧରି ତାଲିବାନ ନଜରରୁ ନିଜକୁ ବଞ୍ଚାଇଥିଲେ?

ଏହି ଡିଗ୍ରୀ ହାସଲ ପାଇଁ ତାଙ୍କୁ ୨ ବର୍ଷ ଧରି କଠିନ ପରିଶ୍ରମ କରିବାକୁ ପଡିଥିଲା । ତାଲିବାନ କମାଣ୍ଡରଙ୍କ ନଜରରୁ ନିଜକୁ ବଞ୍ଚାଇ ସିକ୍ରେଟ୍ ଲ୍ୟାବରେ କେମିକାଲ୍ ଏକ୍ସପରିମେଣ୍ଟ କରିଥିଲେ । ୨୦୨୧ରେ ତାଲିବାନ ସତ୍ତାକୁ ଆସିବା ପରେ ବେହିସ୍ତାଙ୍କୁ ଖୁବ୍ ସତର୍କ ରହିବାକୁ ପଡିଥିଲା । ଏକ୍ସପରିମେଣ୍ଟ ପାଇଁ ତାଙ୍କୁ ନିଜ ଭଉଣୀ ଓ ପଡୋଶୀଙ୍କ ଠାରୁ ଜିନିଷ ମାଗିବାକୁ ପଡୁଥିଲା ।

ଆଫଗାନିସ୍ତାନ ଉପରେ କବଜା କରିବା ପରେ ସେଠାରେ ରାଜନୈତିକ ଅସ୍ଥିରତା ଦେଖାଯାଇଥିଲା । ଯାହାପରେ ପାଠପଢା ଏକପ୍ରକାର ଠପ୍ ହୋଇଯାଇଥିଲା । ଏନେଇ ବେହିସ୍ତା କୁହନ୍ତି, ଆଫଗାନିସ୍ତାନରେ ଛାତ୍ରବୃତ୍ତି ପ୍ରଦାନ କରୁଥିବା ICCR ପକ୍ଷରୁ କୌଣସି ଜବାବ ମିଳିଲା ନାହିଁ । ଏମିତିକି ପୋର୍ଟାଲରୁ ମୋ ଆକାଉଣ୍ଟକୁ ଇନଆକ୍ଟିଭ କରିଦିଆଯାଇଥିଲା । ଯାହା ପରେ ମୁଁ IIT ମାଦ୍ରାସର ଗ୍ଲୋବାଲ ଏନଗେଜମେଣ୍ଟ ସହ ସମ୍ପର୍କ କଲି । ସେଠରେ ପ୍ରଫେସର ରଘୁନାଥନ ରେଙ୍ଗସାମୀଙ୍କ ସହ ଆଲୋଚନା କରି ଇଣ୍ଟରଭ୍ୟୁ କ୍ଲିୟର କରିଥିବା କହିଥିଲି । ବେହିସ୍ତାଙ୍କ ସମସ୍ୟା ଜାଣିବା ପରେ ତାଙ୍କୁ ସ୍କଲରସିପ୍ ମିଳିଥିଲା । ପାଖାପାଖି ମାସେ ପରେ ସେ ପାଠପଢା ଆରମ୍ଭ କରିଥିଲେ ।

ପ୍ରଥମ ଦୁଇଟି ସେମିଷ୍ଟାର ପାଇଁ ଖୁବ୍ ଷ୍ଟ୍ରଗଲ୍ କରିବାକୁ ପଡିଥିଲା । ମୋ ପାଇଁ ସବୁକିଛି ନୂଆ ଥିଲା। ସବୁବେଳେ କମ୍ପ୍ୟୁଟରରେ ପାଠ ପଢୁଥିଲି, ମାତ୍ର ଚାରି-ପାଞ୍ଚ ଘଣ୍ଟା ଶୋଉଥିଲି । ଆମ ଘରେ ସମସ୍ତେ ଉଚ୍ଚ ଶିକ୍ଷିତ । ବାପା ସୋସିଆଲ୍ ସାଇନ୍ସରେ ଗ୍ରାଜୁଏଟ୍ ଥିବାବେଳେ ମାଁ ଜଣେ ଡାକ୍ତର । ମୋ ଭାଇ ଭଉଣୀ ମଧ୍ୟ ଉଚ୍ଚ ଶିକ୍ଷିତ ।

ତେବେ ତାଲିବାନ ଆସିବା ପରେ ଆଫଗାନିସ୍ତାନରେ ଇସଲାମିକ ଆଇନ୍ ତଥା ସିରିୟା କଠୋର ଭାବେ ଲାଗୁ କରାଯାଇଛି ।  ଏଠି ବିଶ୍ୱବିଦ୍ୟାଳୟରେ ଝିଅମାନଙ୍କ ପ୍ରବେଶକୁ ସମ୍ପୂର୍ଣ୍ଣ ବ୍ୟାନ କରାଯାଇଛି । ମିଡିଲ ସ୍କୁଲ, ହାଇସ୍କୁଲ ତଥା ପ୍ରଫେସନାଲ୍ କ୍ଷେତ୍ରରେ ମହିଳାଙ୍କୁ ମୁଣ୍ଡରୁ ଗୋଡ଼ ଯାଏଁ ଘୋଡାଇଥିବା କପଡା ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଝିଅମାନେ ନିରାଶ ନହୋଇ ଘରେ ପଢିବାକୁ ଆହ୍ୱାନ କରିଛନ୍ତି ବେହିସ୍ତା ।