spot_img

Latest Posts

ଟି-୨୦ ବିଶ୍ୱକପ୍‌ରେ ମୁହାଁମୁହିଁ ହେବେ ଆଫଗାନିସ୍ତାନ-ନ୍ୟୁଜିଲ୍ୟାଣ୍ଡ: ସେମିଫାଇନାଲ ପାଇଁ ଭାରତର ଶେଷ ଆଶା

ଦୁବାଇ: ରବିବାର ଆବୁଧାବିରେ ଖେଳାଯିବ ଟି-ଟ୍ୱେଣ୍ଟି ବିଶ୍ୱକପର ବହୁ ପ୍ରତିକ୍ଷୀତ ମ୍ୟାଚ୍ । ଯେଉଁ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଓ ଆଫଗାନିସ୍ତାନ ମଧ୍ୟରେ ଦେଖିବାକୁ ମିଳିବ କଡ଼ା ଟକ୍କର । ଏହି ମ୍ୟାଚରେ ଭାରତ ଖେଳୁନଥିଲେ ବି ପ୍ରତିଟି ଭାରତୀୟଙ୍କ ନଜର ଏହି ମ୍ୟାଚ ଉପରେ ରହିଛି । ନ୍ୟୁଜିଲ୍ୟାଣ୍ଡ ଓ ଆଫଗାନିସ୍ତାନ ମ୍ୟାଚର ଫଳାଫଳ ଭାରତ ସେମିଫାଇନାଲ ଯିବାର ଭାଗ୍ୟ ନିରୂପଣ କରିବ । ଯଦି ନ୍ୟୁଜିଲାଣ୍ଡକୁ ଆଫଗାନିସ୍ତାନ ହରାଉଛି ତେବେ ଭାରତର ସେମିଫାଇନାଲ ଖେଳିବା ବାଟ ସଫା ହେବ । ଏହାସହ ଶେଷ ମ୍ୟାଚରେ ଭାରତ ନାମିବ୍ୟାଠୁ ଜିତିବା ଆବଶ୍ୟକ । ଆଜି ଦିନ ୩ଟା ୩୦ରେ ଆବୁଧାବିରେ ନ୍ୟୁଜିଲାଣ୍ଡକୁ ଭେଟିବ ଆଫଗାନିସ୍ତାନ । ତେବେ ଉଭୟ ନ୍ୟୁଜିଲ୍ୟାଣ୍ଡ ଓ ଆଫଗାନିସ୍ତାନ ପାଇଁ ମଧ୍ୟ ସେମିଫାଇନାଲ ଖେଳିବାର ସୁଯୋଗ ରହିଛି । ଯଦି ନ୍ୟୁଜିଲାଣ୍ଡ ବିଜୟ ହାସଲ କରୁଛି ତେବେ ୫ଟି ମ୍ୟାଚରୁ ୪ଟି ବିଜୟ ସହ ୮ ପଏଣ୍ଟ ପାଇ ଗ୍ରୁପ ୨ରୁ ସିଧାସଳକ ସେମିରେ ପହଞ୍ଚି ଯିବ । ସେପଟେ ଆଫଗାନିସ୍ତାନ ମଧ୍ୟ ବଡ଼ ବ୍ୟବଧାନରେ ନ୍ୟୁଜିଲାଣ୍ଡକୁ ହରେଇ ସେମିଫାଇନାଲକୁ ଯିବ ପାଇଁ ଚେଷ୍ଟା କରିବ ।

ଅନ୍ୟପକ୍ଷରେ ସାରଜାରେ ରାତିରେ ଖେଳାଯିବାକୁ ଥିବା ପାକିସ୍ତାନ-ସ୍କଟ୍‌ଲାଣ୍ଡ୍ ମୁକାବିଲା ଗୁରୁତ୍ବହୀନ ‌ହୋଇପଡ଼ିଛି। ପାକିସ୍ତାନ ଏହି ମ୍ୟାଚ୍‌ ଜିତି ଅପରାଜେୟ ପ୍ରଦର୍ଶନ ସହ ସେମିଫାଇନାଲ୍ ଯିବାକୁ ଲକ୍ଷ୍ୟ ରଖିଛି। ସ୍କଟଲାଣ୍ଡ୍ କିନ୍ତୁ ସାନ୍ତ୍ୱନାମୂଳକ ବିଜୟ ଆଶାରେ ରହିବ। ପାକିସ୍ତାନ ସେମିଫାଇନାଲ୍ ସୁଯୋଗ ହାତେଇ ସାରିଥିବାରୁ ଏହ‌ି ମ୍ୟାଚ୍‌ରେ ପରୀକ୍ଷା ନିରୀକ୍ଷା କଲେ ସ୍କଟ୍‌ଲାଣ୍ଡ୍‌ ଏହାର ଫାଇଦା ଉଠାଇପାରେ। ୨୦୧୬ ବିଶ୍ବକପ୍‌ ପରଠାରୁ ୟୁଏଇରେ ଆଫଗାନିସ୍ତାନ ୯ ମ୍ୟାଚ୍‌ରେ ଆଗ ବ୍ୟାଟିଂ କରି ୮ଟି ଜିତିଥିବାରୁ ଏଭଳି ସୁଯୋଗ ଅପେକ୍ଷାରେ ରହିପାରୋ।

ଏଥିସହିତ ପଢ଼ନ୍ତୁ: ବନ୍ଦ ପାଳନରେ ଲୋକଙ୍କୁ ହଇରାଣ କରୁଛି ବିଜେପି: ଦେଖନ୍ତୁ ବିଭିନ୍ନ ସ୍ଥାନର ଦୃଶ୍ୟ

Latest Posts

Don't Miss