ଭାରତକୁ ଚିଠି ଲେଖିଲା ତାଲିବାନ, ଚିଠିରେ ଦେଲା କୂଟନୀତିର ପରିଚୟ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ କ୍ଷମତା ଦଖଲ ପରେ ତାଲିବାନର ଅତ୍ୟାଚାର ଏବେ ସାମ୍ନାକୁ ଆସିବାକୁ ଲାଗିଛି। ତାଲିବାନ ସବୁବେଳେ ବର୍ବତାରେ ଆଗରେ ରହିଥାଏ। ଯେଉଁଥିପାଇଁ ପୁରା ବିଶ୍ୱ ତାଲିବାନକୁ ନର ରାକ୍ଷସ ବୋଲି ବିବେଚନା କରିଛି। ସେହି ନର ରାକ୍ଷସ ତାଲିବାନ ଏବେ ଆଫଗାନିସ୍ତାନର ଶାସନଭାର ଆହତକୁ ନେଇଛି। ପୂର୍ବରୁ ଆଫଗାନିସ୍ତାନରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାର ପ୍ରତିସୃତି ଦେଉଥିବା ତାଲିବାନ ଏବେ ବର୍ବରତା ଆଡ଼କୁ ମୁହାଁଇଛି।

ଗୋଟିଏ ପଟେ ତାଲିବାନ ଲୋକଙ୍କୁ ହତ୍ୟା କରି ଛକ ଛକରେ ଟାଙ୍ଗି ଦେଉଥିବା ବେଳେ ତାଲିବାନ ନେତା ମଲ୍ଲିକ ନୁରୁଦ୍ଦିନ ତୁରାବୀ କହିଛନ୍ତି ଯେ ଯେଉଁମାନେ ଆଫଗାନିସ୍ତାନରେ ଭୁଲ କରିଛନ୍ତି ସେମାନଙ୍କ ହାତ ଓ ଗୋଡ କାଟି ଦିଆଯିବ। ନୁରୁଦ୍ଦିନ ତୁରାବୀ ଏହା ମଧ୍ୟ କହିଛନ୍ତି ଯେ ଯେଉଁମାନେ କାଟିବେ ସେମାନଙ୍କୁ ଚାବୁକରେ ମାଡ ମରାଯିବ। ଏଭଳି ଧମକ ଆଉ ହତ୍ୟା ପରେ ଆଫଗାନିସ୍ତନରେ ଭୟର ବାତାବରଣ ଖେଳିଯାଇଛି।

ଅନ୍ୟପଟେ ତାଲିବନ ଏବେ ଭାରତ ସହ ସମ୍ପର୍କ ସ୍ଥାପନ କରିବାକୁ ଚାହୁଁଛି। ତାଲିବାନ ଭଲ ସମ୍ପର୍କ ପାଇଁ ଇଚ୍ଛା ପ୍ରକାଶ କରି ଭାରତକୁ ଏକ ଚିଠି ଲେଖିଛି। ତାଲିବାନ ଏକ ଚିଠି ଲେଖି ଭାରତକୁ ଆଫଗାନିସ୍ତାନ ଅଭିମୁଖେ ଯାତ୍ରା ଆରମ୍ଭ କରିବାକୁ କହିଛି। ବାସ୍ତବରେ ଏହି ଚିଠି ମାଧ୍ୟମରେ ତାଲିବାନ ଭାରତ ବିରୋଧରେ କୂଟନୈତିକ ପଦକ୍ଷେପ ନେଇଛି। ଯଦି ଭାରତ ଏବଂ ଆଫଗାନିସ୍ତାନର ବିମାନ ସେବା ପୁନଃ ଆରମ୍ଭ ହୁଏ, ତେବେ ଏଥିପାଇ ତାଲିବାନ ସରକାରଙ୍କୁ ସମର୍ଥନ ମିଳିପାରେ। ଏଭଳି କୂଟନୈତିକ ଚିନ୍ତା ଧାରାକୁ କାର୍ଯ୍ୟକାରି କରି ଭାରତକୁ ଚିଠି ଲେଖିଛି ତାଲିବାନ।

ତାଲିବାନ ଚାହୁଁଛି ଯେ ତାକୁ ଆନ୍ତର୍ଜାତୀୟ ସ୍ତରରେ ମାନ୍ୟତା ଦିଆଯାଉ। ଯଦି ଭାରତ ବିମାନ ଉଡ଼ାଣ ଆରମ୍ଭ ନକରେ ତେବେ ଏହା ଦୁଇ ଦେଶ ମଧ୍ୟରେ ଚାଲିଥିବା ବାଣିଜ୍ୟ ଉପରେ ମଧ୍ୟ ପ୍ରଭାବ ପକାଇବ। ବାସ୍ତବରେ ଯଦି ଦେଖିବା ତେବେ ୨୦୧୯ରୁ ୨୦୨୦ ବର୍ଷରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ପ୍ରାୟ ୧୧ ହଜାର କୋଟି ବାଣିଜ୍ୟ ହୋଇଥିଲା। ଭାରତ ଆଫଗାନିସ୍ତାନରୁ ବହୁ ପରିମାଣରେ ଶୁଖିଲା ଫଳ ଏବଂ ହର୍ବାଲ ଔଷଧ ଆମଦାନୀ କରିଥାଏ।

ଅନ୍ୟପକ୍ଷରେ ଚା, କଫି, ହଳଦୀ, କପା ଏବଂ ଖେଳନା ଭାରତରୁ ଆଫଗାନିସ୍ତାନକୁ ରପ୍ତାନି ହୋଇଥାଏ। ୧୫ ଅଗଷ୍ଟରେ ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ଭାରତ ଆଫଗାନିସ୍ତାନକୁ ବିମାନ ଚଳାଚଳ ବନ୍ଦ କରି ଦେଇଥିଲା। ଯଦିଓ ଡିଜିଏ କରୋନା କାରଣରୁ ୩୧ ଅକ୍ଟୋବର ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଛି, କିନ୍ତୁ ତାଲିବାନ ଚିଠି ଲେଖି ତାର କୂଟନୀତିର ପରିଚୟ ଦେଇଛି ।

Leave a Reply